Latest Odisha News

BREAKING NEWS

ରେଳଧାରଣା ପାର ବେଳେ ଟ୍ରେନ ଧକ୍କାରେ ଜଣେ ବୃଦ୍ଧା ମୃତ

ଅନୁଗୁଳ: ରେଳଧାରଣା ପାର ବେଳେ ଟ୍ରେନ ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ବୃଦ୍ଧା ଜଣକ ହେଲେ ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଲକ୍ଷ୍ମୀଧରପୁର ଗ୍ରାମର ସ୍ବର୍ଗତ ଶ୍ରୀକର ନାଏକଙ୍କ ପତ୍ନୀ କୁନ୍ତଳା ନାୟକ (୭୦) । ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରିଛି ରେଳବାଇ ପୋଲିସ ।

ରେଳବାଇ ପୋଲିସର ସୂଚନା ମୁତାବକ, କୁନ୍ତଳା ନାୟକ ଆଜି ସକାଳ ୯ ଟା ସମୟରେ ରେଳ ଲାଇନ ପାରି ହେଉଥିବାବେଳେ, ଏହି ସମୟରେ ରାଉରକେଲାରୁ ଭୁବନେଶ୍ୱର ଯାଉଥିବା ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ବୃଦ୍ଧାଙ୍କ ର ମୃତ୍ୟୁ ଘଟିଛି ।

ଏହାପରେ ରେଳବାଇ ପୋଲିସ ବୃଦ୍ଧାଙ୍କ ର ମୃତ୍ୟୁ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.