Latest Odisha News

[ଭିଡ଼ିଓ] ଜମି ବିବାଦ ନେଇ ୪୦ରୁ ଊର୍ଦ୍ଧ୍ବ ବୋମାମାଡ଼, ଜଳିଗଲା ୩୦ ଘର

ବ୍ରହ୍ମଗିରି: ଜଳୁଛି ସାତପଡ଼ା । ଜମି ଜବରଦଖଲ ନେଇ ତୁମୁଳ କାଣ୍ଡ ଘଟିଥିବା ବେଳେ ଲଗାତର ଭାବେ ବୋମାମାଡ ହୋଇଛି । ତେବେ ବହୁ ଦିନ ବ୍ୟବଧାନରେ ଏହି ଅଞ୍ଚଳରେ ବୋମାମାଡ ହୋଇଛି । ଦୁଇଟି ଗୋଷ୍ଠୀ ମଧ୍ୟରେ ଉପୁଜି ଥିବା ଜମି ବିବାଦ ଘଟଣାକୁ ନେଇ ୪୦ରୁ ଊର୍ଦ୍ଧ୍ବ ବୋମାମାଡ଼ ହୋଇଛି । ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ସାତପଡା ନାଥପୁରରେ ୨ ଗୋଷ୍ଠୀ ମଧ୍ୟରେ ବିବାଦ କାରଣରୁ ରବିବାର ଅପରାହ୍ନରେ ବୋମାମାଡ ହୋଇଥିଲା ।ଏବେ ଏହା ସାଂଘାତିକ ରୁପ ନେଇଛି । ବୋମାମାଡରେ ନାଥପୁର ଗାଁର ୩୦ ଘର ପୋଡିଯାଇଥିବା ସୂଚନା ମିଳିଛି । ଏବେ ବି ଦୁଇ ସାହି ମଧ୍ୟରେ ଉତ୍ତେଜନା ଲାଗି ରହିଛି । ସୁରକ୍ଷା ଦୃଷ୍ଟିରୁ ସେଠାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ବୋମା ମାଡରେ ୩ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

 

Comments are closed.