Latest Odisha News

BREAKING NEWS

ଚିନ୍ନାସ୍ୱାମୀ ଷ୍ଟାଡିୟମରେ ୧୮୦ରୁ ଊର୍ଦ୍ଧ୍ୱ ରନ ଚେଜ କରି ୯୦ ପ୍ରତିଶତ ମ୍ୟାଚ ହାରିଛି ଆରସିବି

ବାଙ୍ଗାଲୋର: ଆଇପିଏଲର ଚଳିତ ସଂସ୍କରଣରେ ସବୁଥର ପରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ପ୍ରଶଂସକଙ୍କୁ ନିରାଶ କରିବା ଆରମ୍ଭ କରିଛି । ୪ଟି ମ୍ୟାଚରେ ଦଳ ୩ଟିରେ ପରାଜିତ ହୋଇଛି । ୨୦୧୪ ପରଠାରୁ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଆରସିବି ଟିମ ୧୮୦ରୁ ଊର୍ଦ୍ଧ୍ୱ ରନ ଚେଜ କରି ୯୦ ପ୍ରତିଶତ ମ୍ୟାଚ ହାରିଛି । ୧୦ଥରରୁ ଟିମ ଥରେ ମାତ୍ର ବିଜୟ ହାସଲ କରିଛି । ବିରାଟ କୋହଲିଙ୍କ ପରି ଚେଜ ମାଷ୍ଟର୍ସ ଥିବା ସତ୍ୱେ ବେଙ୍ଗାଲୁରର ଏ ଭଳି ପ୍ରଦର୍ଶନ ଅନେକଙ୍କ ମୁଣ୍ଡରେ ପଶୁନି । ଏହା ବ୍ୟତୀତ ଫାପ ଡୁ ପ୍ଲେସି, ଗ୍ଲେନ ମ୍ୟାକ୍ସୱେଲ ଓ କ୍ୟାମେରୁନ ଗ୍ରୀନଙ୍କ ପରି ଖେଳାଳି ଦଳରେ ଅଛନ୍ତି । ମ୍ୟାକ୍ସୱେଲ କ୍ରମାଗତ ୪ଟି ମ୍ୟାଚରେ ଖରାପ ବ୍ୟାଟିଂ ପ୍ରଦର୍ଶନ କରି ଦଳର ମୁଣ୍ଡ ବ୍ୟଥାର କାରଣ ସାଜିଛନ୍ତି ।

କୋହଲିଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ସେ ଭଳି ଆଖି ଦୃଶିଆ ପ୍ରଦର୍ଶନ କରି ନାହାନ୍ତି । କୋହଲି ୪ ମ୍ୟାଚରେ ୨୦୫ ରନ କରିଥିବା ବେଳେ ଦୀନେଶ କାର୍ତିକ ୯୦, ଅନୁଜ ରାୱତ ୭୩, ଡୁପ୍ଲେସି ୬୫ ଓ ଗ୍ରୀନ ୬୩ ରନ କରିଛନ୍ତି । ଆରସିବି ଟିମ ମ୍ୟାନେଜମେଂଟ ତାର ରଣନୀତିରେ ପରିବର୍ତନ ନ କଲେ ଆଗକୁ ଜିତିବା କଷ୍ଟକର ହୋଇ ପଡିବ ।

Leave A Reply

Your email address will not be published.