ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଉଥିବା ବର୍ଡର-ଗାଭାସ୍କର ଟେଷ୍ଟ ସିରଜରେ ବଡ ଧରଣର ପରିବର୍ତନ କରାଯାଇଛି । ୪ ମ୍ୟାଚ ବିଶିଷ୍ଟ ସିରିଜକୁ ୫ କରିବା ପାଇଁ ଘୋଷଣା କରାଯାଇଛି । ୧୯୯୧-୯୨ ପରେ ପ୍ରଥମ ଥର ଦୁଇ ଟିମ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ । କ୍ରିକେଟ ଅଷ୍ଟ୍ରେଲିଆ ମଧ୍ୟ ଏହା ପୃଷ୍ଟି କରିଛି । ଖୁବ ଶୀଘ୍ର ସିରିଜର କାର୍ଯ୍ୟସୂଚୀ ଘୋଷିତ କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ପାଇଁ ଏହି ସିରିଜ ୨୦୨୪-୨୫ରେ ଉଭୟ ଟିମ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇ ପଡିବ । ବିସିସିଆଇ ଓ କ୍ରିକେଟ ଅଷ୍ଟ୍ରେଲିଆ ବିଧିବଦ୍ଧ ଭାବେ ଏ ସମ୍ପର୍କରେ ଘୋଷଣା କରିଛନ୍ତି ।
ଏହି ସିରିଜର ପ୍ରଥମ ଟେଷ୍ଟ ପର୍ଥରେ ଖେଳାଯିବ । କାର୍ଯ୍ୟସୂଚୀ ଘୋଷିତ ନ ହୋଇଥିଲେ ମଧ୍ୟ ନଭେମ୍ବରରେ ଏହା ଆରମ୍ଭ ହେବ ବୋଲି ଜଣାପଡିଛି । ବର୍ତମାନ ଭାରତ ନିକଟରେ ଏହି ଟ୍ରଫି ରହିଛି । ଏବେ ଏହାକୁ ନେବା ପାଇଁ ଅଷ୍ଟ୍ରେଲିଆ ଟିମକୁ ସିରିଜ ବିଜୟୀ ହେବାକୁ ପଡିବ । ଅଷ୍ଟ୍ରେଲିଆ ମାଟିରେ ୨୦୨୦-୨୧ରେ ଭାରତ ସିରିଜ ନିଜ ନାମରେ କରିଥିଲା ।
Comments are closed.