Latest Odisha News

BREAKING NEWS

ଇଣ୍ଡିଆନ ଓପନ ଫାଇନାଲରେ ଲକ୍ଷ୍ୟ ସେନ

ନୂଆଦିଲ୍ଲୀ: ବିଶ୍ୱ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ହାସଲ କରିଥିବା ଭାରତର ଲକ୍ଷ୍ୟ ସେନ ଚଳିତ ଇଣ୍ଡିଆନ ଓପନ ବ୍ୟାଡମିଂଟନରେ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛନ୍ତି । ଭାରତର ଏହି ଦକ୍ଷତାସମ୍ପନ୍ନ ଯୁବ ଖେଳାଳି ଶନିବାର ସେମିଫାଇନାଲରେ ଲକ୍ଷ୍ୟ ମାଲେସିଆର ଏନଜି ଜେ ୟଙ୍ଗଙ୍କୁ ୧୯-୨୧, ୨୧-୧୬ ଓ ୨୧-୧୨ରେ ପରାସ୍ତ କରିଥିଲେ । ଫାଇନାଲରେ ସେ ରବିବାର ସିଙ୍ଗାପୁରର ବିଶ୍ୱ ଚାମ୍ପିୟନ ଲୋହ କିନ ୟୁଙ୍କୁ ଭେଟିବେ ।

ସେହିପରି ପୁରୁଷ ଡବଲ୍ସରେ ସାତ୍ୱିକସାଇରାଜ ରାନକିରେଡି ଓ ଚିରାଗ ସେଟ୍ଟୀ ଯୋଡି ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ସେମିରେ ଭାରତୀୟ ଯୋଡି ଫ୍ରାନ୍ସର ଫାବିୟାନ ଡେଲରୁ ଓ ୱିଲିୟମ ଭିଲେଗୁରଙ୍କୁ ୨୧-୧୦, ୨୧-୧୮ରେ ପରାସ୍ତ କରିଥିଲେ ।

Comments are closed, but trackbacks and pingbacks are open.