Latest Odisha News

BREAKING NEWS

ବୟକଟ୍ ଭିତରେ ବ୍ରହ୍ମାସ୍ତ୍ର ହିଟ୍ ହେବ ନା ଫ୍ଲପ୍ ?

ମୁମ୍ବାଇ: ୨୦୨୨ର ସବୁଠୁ ବଡ଼ ଫିଲ୍ମ ବ୍ରହ୍ମାସ୍ତ୍ର ହିଟ୍ ହେବ ନା ଫ୍ଲପ୍ ? ବ୍ରହ୍ମାସ୍ତ୍ରକୁ ବୟକଟ୍ ଟ୍ରେଣ୍ଡ ଭିତରେ ଏହି ପ୍ରଶ୍ନ ସମସ୍ତଙ୍କ ମନରେ ରହିଛି । କିନ୍ତୁ ଏହାର ଜବାବ ଶୀଘ୍ର ହିଁ ମିଳିଯିବ । ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ବ୍ରହ୍ମାସ୍ତ୍ର ଆସନ୍ତା ୯ ତାରିଖରେ ପ୍ରେକ୍ଷାଳୟକୁ ଆସିବ । ଆଉ ଫିଲ୍ମ ରିଲିଜର ପୂର୍ବରୁ ଏହାର ପ୍ରଥମ ରିଭ୍ୟୁ ଆସିଛି ।

ଲାଲ୍ ସିଂହ ଚଡ୍ଡା ଓ ରକ୍ଷାବନ୍ଧନ ଚଳଚ୍ଚିତ୍ର ବକ୍ସ ଅଫିସରେ ବିଫଳ ହେବା ପରେ ଫ୍ୟାନ୍ସଙ୍କଠୁ ନେଇ ସେଲିବ୍ରିଟି ସମସ୍ତେ ବ୍ରହ୍ମାସ୍ତର ପ୍ରଦର୍ଶନ ଉପରେ ନଜର ରଖିଛନ୍ତି । ଆଲିଆ-ରଣବୀରଙ୍କ ଏହି ଫିଲ୍ମ ରିଲିଜ୍ ପରେ କଣ କିମିଆ ଦେଖାଇବ ? ତାହା ଜଲଦି ହିଁ ଜଣା ପଡ଼ିବ । ତେବେ ତା’ ପୂର୍ବରୁ ଆସନ୍ତୁ ଜାଣିବା ଆଲିଆ ଓ ରଣବୀରଙ୍କ ଫିଲ୍ମ ବ୍ରହ୍ମାସ୍ତ୍ରରେ କ’ଣ ରହିଛି ।

ଓଭରସିଜ୍ ଫିଲ୍ମ କ୍ରିଟିକ୍ ଓମୈର ସନ୍ଧୁ, ଆଲିଆ ଓ ରଣବୀର କପୁରଙ୍କ ବ୍ରହ୍ମାସ୍ତ୍ର ଉପରେ ପ୍ରଥମ ରିଭ୍ୟୁ ଦେଇଛି । କହିଛନ୍ତି ଏ ଫିଲ୍ମଟି କିଭଳି । ପ୍ରଥମ ରିଭ୍ୟୁରେ ଲେଖିଛନ୍ତି, ବ୍ରହ୍ମାସ୍ତ୍ର ଫିଲ୍ମରେ ରଣବୀରଙ୍କ ଭୂମିକା ବେଶ୍ କନଫ୍ୟୁଜ୍ ଭଳି ଲାଗୁଛି । ତାଙ୍କୁ ଜଣା ନାହିଁ କଣ ହେଉଛି । ଆଲିଆ ଭଟ୍ଟ ଫିଲ୍ମରେ ଷ୍ଟନିଂ ଲାଗୁଛନ୍ତି । ମୌନି ରାୟ କ୍ରିପି ଲାଗୁଛନ୍ତି । ଅମିତାଭ ଇମ୍ପ୍ରେସ କରୁଥିବା ବେଳେ ତାଙ୍କୁ ସ୍କ୍ରିନରେ କମ୍ ସମୟ ଦିଆଯାଇଛି ।

ଓମୈର ସନ୍ଧୁଙ୍କ ରିଭ୍ୟୁ ଦେଖିଲେ ଲାଗୁଛି, ଆଲିଆ ଓ ରଣବୀରଙ୍କ ବ୍ରହ୍ମାସ୍ତ୍ର ଉପରେ ଅଧିକ ଭରସା ବେକାର ହୋଇଯିବ । ତେବେ ସତ ତ ଫିଲ୍ମ ରିଲିଜ୍ ପରେ ହିଁ ଜଣା ପଡ଼ିବ । ବ୍ରହ୍ମାସ୍ତ୍ରରେ ଆଲିଆ ଓ ରଣବୀର କେତେ କମାଲ୍ କରିଛନ୍ତି ।

ବ୍ରହ୍ମାସ୍ତ୍ର ଫିଲ୍ମ ପ୍ରସ୍ତୁତ ପାଇଁ ଅୟାନ ମୁଖାର୍ଜୀ ଅନେକ ବର୍ଷ ଦେଇଛନ୍ତି । ତା’ଛଡ଼ା ଆଲିଆ ଓ ରଣବୀର ପ୍ରଥମଥର ପାଇଁ ଏହି ଫିଲ୍ମରେ ଏକାଠି କାମ କରୁଛନ୍ତି । ଫ୍ୟାନ୍ ମଧ୍ୟ ଉଭୟଙ୍କ କେମିଷ୍ଟ୍ରି ଦେଖିବାକୁ ଅପେକ୍ଷା କରିଛନ୍ତି । ତେବେ ଏ ବର୍ଷ ବକ୍ସ ଅଫିସରେ ବଲିଉଡ୍ ସେଭଳି କିଛି ହିଟ୍ ଫିଲ୍ମ ଦେଇ ନଥିବା ବେଳେ ବ୍ରହ୍ମାସ୍ତ୍ର ଫ୍ଲପ୍ ଫିଲ୍ମ ଧାରାକୁ ଭାଙ୍ଗିବ ନା ବଜାୟ ରଖିବ ଏବେ ତା’ଉପରେ ସମସ୍ତଙ୍କ ନଜର ।

Leave A Reply

Your email address will not be published.