Latest Odisha News

BREAKING NEWS

ବ୍ରାଜିଲରେ ତାଣ୍ଡବ ରଚୁଛି ପ୍ରକୃତି

ନୂଆଦିଲ୍ଲୀ: ବ୍ରାଜିଲରେ ତାଣ୍ଡବ ରଚୁଛି ପ୍ରକୃତି। ପ୍ରବଳ ବର୍ଷା ଯୋଗୁ ବ୍ରାଜିଲରେ ଦେଖାଯାଇଛି ଭୟଙ୍କର ବନ୍ୟା । ଦକ୍ଷିଣ ଆଫ୍ରିକାରେ ପ୍ରବଳ ବର୍ଷା କାରଣରୁ ଭୟଙ୍କର ବନ୍ୟା ସୃଷ୍ଟି ହୋଇଛି । ଏହି ବନ୍ୟାରେ ଏପର୍ଯ୍ୟନ୍ତ ୬୦ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଏଥିରେ  ୭୦ ଜଣ ନିଖୋଜ ଥିବାବେଳେ ୭୦ ହଜାରରୁ ଅଧିକ ଲୋକେ ନିଜର ବାସଗୃହ ହରାଇଛନ୍ତି । ବନ୍ୟା ଯୋଗୁ ବ୍ରାଜିଲର ପୋର୍ଟ ଏଲେଗ୍ରେ ସହର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି।

BjdElectrycity

ଖବର ଅନୁଯାୟୀ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଜଳବନ୍ଦୀ ଅବସ୍ଥାରେ ଥିବା ଘରୁ ଲୋକମାନଙ୍କୁ ଉଦ୍ଧାର କରାଯାଉଛି । ସେପଟେ  ଲୋକଙ୍କ ପାଖରେ ରିଲିଫ ପହଞ୍ଚାଇବା କାମ ମଧ୍ୟ ଜାରି ରହିଛି । । ବନ୍ୟା ପରିସ୍ଥିତି ଯୋଗୁ ଅନେକ ଅଞ୍ଚଳରେ ରାସ୍ତା ଓ ସେତୁ ହୋଇଛି । ଅନ୍ୟପକ୍ଷ୍ୟରେ ଲୋକଙ୍କ ଚିନ୍ତା ବଢୁଛି । କାରଣ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଆହୁରି ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ । ପରିସ୍ଥିତି ଏତେ ଜଟିଳ ହୋଇପଡିଛି ଯେ  ସବୁଠୁ ଉଚ୍ଚ ସ୍ଥାନରେ ଥିବା ଲୋକଙ୍କୁ ସେମାନଙ୍କ ସ୍ଥାନ ଖାଲି କରିବାକୁ ସରକାର କହିଛନ୍ତି ।

 

Leave A Reply

Your email address will not be published.