Latest Odisha News

ରେସଲର ବଜରଙ୍ଗ ପୁନିଆଙ୍କୁ ସାମୟିକ ଭାବେ ସସପେଣ୍ଡ କଲା ନାଡା

ନୂଆଦିଲ୍ଲୀ: ନ୍ୟାଶନାଲ ଆଂଟି ଡୋପିଂ ଏଜେନ୍ସି ରବିବାର ରେସଲର ବଜରଙ୍ଗ ପୂନିଆଙ୍କୁ ସାମିୟିକ ଭାବେ ସସପେଣ୍ଡ କରିଛି । ଫଳରେ ଏହି ଷ୍ଟାର ଆଥଲେଟଙ୍କ ପ୍ୟାରିସ ଅଲିମ୍ପିକ୍ସରେ ଖେଳିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ସୋନୀପତରେ ବଜରଙ୍ଗ ଡୋପ ସାମ୍ପୁଲ ଦେବାକୁ ମନା କରିଥିଲେ । ଡୋପ କଲେକ୍ସନ କିଟ ଏକ୍ସପାୟର ହୋଇଯାଇଛି ବୋଲି ଅଲିମ୍ପିକ ବ୍ରୋଞ୍ଜ ପଦକ ବିଜେତା ଏହି ରେସଲର କାରଣ ଦର୍ଶାଇଥିଲେ । ନାଡା ଏବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପରବର୍ତୀ ନିଷ୍ପତି ନ ଶୁଣାଯିବା ପର୍ଯ୍ୟନ୍ତ ସେ କୌଣସି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ ନାହିଁ । ଆସନ୍ତ ମାସରେ ଅଲିମ୍ପିକ ଚୟନ ଟ୍ରାଏଲରେ ସେ ଅଂଶଗ୍ରହଣ କରିପାରିବେ ନାହିଁ । ଭାରତ ୬୫ କିଗ୍ରା କାଟାଗୋରୀରେ କେବେ ହେଲେ କୋଟା ହାସଲ କରିପାରି ନାହିଁ ।

BjdElectrycity

ମେ ୯ରୁ ଆରମ୍ଭ ହେବାକୁ ଥିବା ଯୋଗ୍ୟତା ପର୍ଯ୍ୟାୟରେ ଭାରତ ପକ୍ଷରୁ ସୁଜିତ କଲକଲ ଅଂଶଗ୍ରହଣ କରିବେ । ମେ ୭ ସୁଦ୍ଧା ପୁନିଆଙ୍କୁ ଲିଖିତ ଭାବେ ଏହାର କାରଣ ଦର୍ଶାଇବାକୁ କୁହାଯାଇଛି । ନିଲମ୍ବନ ପତ୍ର ୟୁନାଇଟେଡ ୱାର୍ଲ୍ଡ ରେସଲିଂ ଦ୍ୱାରା ମାନ୍ୟତାପ୍ରାପ୍ତ ମହାସଂଘକୁ ପଠାଯିବା ପରିବର୍ତେ ଏହା ସାମୟିକ ଭାବେ ଗଠିତ ହୋଇଥିବା କମିଟିକୁ ନିକଟକୁ ପଠାଯାଇଥିଲା । ଡୋପ ସଂଗ୍ରହକାରୀ ଅଧିକାରୀ ବଜରଙ୍ଗ ସହଯୋଗ କରି ନ ଥିବା ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.