Latest Odisha News

BREAKING NEWS

ସାପୁଆ, କଣ୍ଟିଆ ନଦୀରେ ବନ୍ୟା

ଆଠଗଡ: ଆଠଗଡ଼ରେ ସାପୁଆ ଓ କଣ୍ଟିଆ ନଦୀରେ ଚଳିତ ବର୍ଷର ପ୍ରଥମ ବନ୍ୟା ଆସିଛି। ସାପୁଆ ନଦୀରେ ରାସ୍ତାରୁ ମାତ୍ର ଏକ ଫୁଟ ତଳେ ବନ୍ୟା ଜଳ ପ୍ରବାହିତ ହେଉଛି । ଲଘୁଚାପ ଜନିତ ବର୍ଷା ଯୋଗୁ ଦୁଇ ନଦୀରେ ବନ୍ୟା ଆସିଛି  ।  ଚାଷ ଜମି ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ବ୍ଲକ୍‌ରେ ୩ ହଜାର ହେକ୍ଟରରୁ ଅଧିକ ଜମି ଜଳମଗ୍ନ ହୋଇ ପଡ଼ିଛି ।

୪ଟି ପଂଚାୟତ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି । ବ୍ଲକ୍‌ର ଇଚ୍ଛାପୁର, ତରଡ଼ିଙ୍ଗ, ମହାକାଳବସ୍ତ ଓ କୁଲାଇଲୋ ପଂଚାୟତର ୧୬ଟି ଗ୍ରାମରୁ ୫ ହଜାର ୪୮୫ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।  ୪ଟି ପଞ୍ଚାୟତର ୧୦ ହଜାର ୬୫୦ ଲୋକ ପାଣି ଘେରରେ ଅଛନ୍ତି । ଇଚ୍ଛାପୁର ଗ୍ରାମର ସାପୁଆ ନଦୀର ମାଳବନ୍ଦରେ ୨ଟି ଘାଇ, ମହାକାଳବସ୍ତ ଜିଆଣିଆରେ ଗୋଟିଏ ଘାଇ ସୃଷ୍ଟି ହୋଇଛି ।  ଆଠଗଡ଼ ଏନ୍‌ଏସିର ୭ଟି ୱାର୍ଡ ପାଣି ଘେରରେ ରହିଥିବା ବେଳେ ଗଦାସାହିରେ ୩ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି ।

 

Leave A Reply

Your email address will not be published.