ନିଜ ବିବାହକୁ ସ୍ମରଣୀୟ କରିବା ପାଇଁ କିଏ କେତେ କ’ଣ କରିଥାନ୍ତି । ସେମିତି ଜଣେ ଯୁବତୀ ନିଜ ବିବାହକୁ ସ୍ମରଣୀୟ କରିବାକୁ ଯାଇ କିଛି ଭିନ୍ନ ଉଦ୍ୟମ କରି ଚର୍ଚ୍ଚାକୁ ଆସିଛନ୍ତି । ସେ ତାଙ୍କ ହେୟାର ଷ୍ଟାଇଲକୁ ବିଭିନ୍ନ ପ୍ରକାରର ଚକୋଲେଟ୍ରେ ସଜ୍ଜାଇବା ସହ ନିଜ ଅଳଙ୍କାରକୁ ଚକୋଲେଟ୍ରେ ମଧ୍ୟ ସଜ୍ଜାଇଛନ୍ତି । ଏହି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।
ସାଧାରଣତଃ ମହିଳାମାନେ ବିବାହ ସମୟରେ ଅଧିକ ସୁନ୍ଦର ଦେଖାଯିବା ପାଇଁ ଭିନ୍ନ ଭିନ୍ନ ଷ୍ଟାଇଲ୍ରେ ମେକ୍ଅପ କରିଥାନ୍ତି । ସେଥିଲାଗି ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଛାନ୍ତି ନାହିଁ । ହେଲେ ଏହି ମହିଳା ଜଣକ ବିବାହ ସମୟରେ କୌଣସି ଅଳଙ୍କାର ଲଖାଇଥିବା ଦେଖିବାକୁ ମିଳିନାହିଁ । କେବଳ ୫ ଷ୍ଟାର,କିଟ୍କାଟ୍,ଡ଼୍ରାଏ ମିଲ୍କି,ମିଲ୍କି ବାର ଆଦି ଚକୋଲେଟରେ ସଜ୍ଜେଇ ହୋଇଛନ୍ତି । ସେ ତାଙ୍କ ହେୟାର ଷ୍ଟାଇଲକୁ ଅଧିକ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପ୍ରକାରର ଚକୋଲେଟ୍ ବ୍ୟବହାର କରିଛନ୍ତି । ସେମିତି ବେକରେ ପିନ୍ଧିଥିବା ହାରଟି ଚକୋଲେଟ୍ରେ ତିଆରି ହୋଇଛି । କାନ ଫୁଲ ଓ ମଥାରେ ମଧ୍ୟ ଚକୋଲେଟ୍ ଲଗାଇ ସଜ୍ଜିତ ହୋଇଛନ୍ତି । ଏହି ଭିଡିଓକୁ ଚିତ୍ରାସ୍ ମେକ୍ଅପ୍ ଆର୍ଟିଷ୍ଟ ପକ୍ଷରୁ ସେୟାର କରାଯାଇଛି , ଯାହା ବେଶ୍ ଭାଇରାଲ ହେବାରେ ଲାଗିଛି । ଏହି ଭିନ୍ନ ଷ୍ଟାଇଲକୁ ପ୍ରଶଂସକମାନେ ବେଶ୍ ପସନ୍ଦ କରିଛନ୍ତି ।
BREAKING NEWS
- Asian Games 2026: ସୁଟିଂରେ ସୁନା ଜିତିଲେ ନୀରୁ
- OSSTET ଗୁଜବକୁ ନେଇ BSEର ଖଣ୍ଡନ, ୩୦ରେ ହେବ ପରୀକ୍ଷା
- CEC’s removal: ଦୁଇ ନିର୍ବାଚନ କମିଶନରଙ୍କୁ କ’ଣ ପଦରୁ ହଟାଇପାରିବେ CEC ଜ୍ଞାନେଶ କୁମାର? ତାଙ୍କୁ ହଟାଇବା ପାଇଁ ବି କ’ଣ ରହିଛି ନିୟମ?
- Drishyam: The Conclusion Craze, ପ୍ରି-ଟିକେଟ୍ ବିକ୍ରିରେ ରେକର୍ଡ
- IT to Auto Rider: ଆଇଟି ଚାକିରି ଛାଡ଼ି ଯୁବତୀ ଚଲାଇଲେ ରାପିଡୋ ଅଟୋ, କହିଲେ, ‘ମିଳୁଛି ଅଧିକ ରୋଜଗାର, ଅଛି ସ୍ବାଧୀନତା…’
- ଅକ୍ଟୋବର ୮ରେ ଓଡ଼ିଶା ବନ୍ଦ ଡାକରା ଦେଲା ‘ଇଣ୍ଡିଆ’ ମେଣ୍ଟ
- Paris Fashion Week: ବ୍ଲାକ୍ ଭେଲଭେଟ୍ ଗାଉନରେ ଐଶ୍
- Revanth Reddy’s Remarks: ‘ଶିବ ଗରିବଙ୍କ ଭଗବାନ, ରାମ ଧନୀଙ୍କ’! ମୁଖ୍ୟମନ୍ତ୍ରୀଙ୍କ ଏମିତି ମନ୍ତବ୍ୟକୁ ନେଇ ବିବାଦ, ବିଜେପିର ପାଲଟା ଜବାବ
- FBIର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଗୋଲ୍ଡି ବ୍ରାର ନାଁ
- CEC ଜ୍ଞାନେଶ କୁମାରଙ୍କୁ ନିଲମ୍ବନ ପାଇଁ ଆବେଦନ, ଆସନ୍ତା ସପ୍ତାହରେ ସୁପ୍ରିମକୋର୍ଟରେ ଶୁଣାଣି

Comments are closed.