Latest Odisha News

BREAKING NEWS

ବୁଡ଼ିଲା ପୋଲ..ମାଲକାନଗିରି -କାଲିମେଳା ଯୋଗାଯୋଗ ବିଚ୍ଛିନ୍ନ;ଏପଟେ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

କାଲିମେଳା:ଉତ୍ତର-ପଶ୍ଚିମ ତଥା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକୂଳରେ ଥିବା ଲଘୁଚାପ କ୍ଷେତ୍ରଟି ସକ୍ରିୟ ରହିଛି । ଏହାସହିତ ଜଡିତ ଘୁର୍ଣ୍ଣିବଳୟ ସମୁଦ୍ର ପତନ ଠାରୁ ୭.୬ କିମି ପର୍ଯ୍ୟନ୍ତ ବିସ୍ତାରିତ ହୋଇ ରହିବା ସହ ଦକ୍ଷିଣ ପଶ୍ଚିମ ଦିଗକୁ ଢଳି ରହିଛି । ଏହାର ପ୍ରଭାବରେ ରାଜ୍ୟର ବିଭନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି । ଫଳରେ ମାଲକାନଗିରି ପୋଟେରୁ ଓ କାଙ୍କୁରୁକୋଣ୍ଡା ପୋଲ ଉପରେ ତିନି ଫୁଟ ଉଚ୍ଚରେ ବର୍ଷା ଜଳ ପ୍ରବାହିତ ହେଉଛି । ପୋଲର ଉଭୟ ପାର୍ଶ୍ବରେ ଶତାଧିକ ଯାନ ବାହାନ ଅଟକି ରହିଛି । ମାଲକାନଗିରି କାଲିମେଳା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ରହିଛି ।

ଏପଟେ ୨୪ଘଣ୍ଟା ପାଇଁ ମାଲକାନଗିରି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଫଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ବର୍ଷା ହେବାର ଆଶଙ୍କା ରହିଛି । ଫଳରେ ସ୍ଥିତି ସଙ୍ଗୀନ ହେବାର ଆଶଙ୍କା ରହିଛି ।

ସୂଚନାଥାଉକି, ଲଘୁଚାପ କ୍ଷେତ୍ର ଯୋଗୁଁ ସମୁଦ୍ର ପ୍ରାୟତଃ ଅଶାନ୍ତ ରହିବ । ସମୁଦ୍ର ମଧ୍ୟରେ ପବନର ବେଗ ୪୦ରୁ ୫୦ କିମି ରହିବା ସହିତ ଏହା ସର୍ବାଧିକ ଷାଠିଏ କିମି ପ୍ରତି ଘଣ୍ଟା ପର୍ଯ୍ୟନ୍ତ ପହଞ୍ଚିପାରେ । ଏଥିପାଇଁ ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରରେ ପ୍ରବେଶ କରିବା ପାଇଁ ବାରଣ କରାଯାଇଛି ।

Leave A Reply

Your email address will not be published.