Latest Odisha News

BREAKING NEWS

ଅଲିମ୍ପିକ୍ ୨୦୨୦, ଦଳ ପଠାଇବେନି କାନାଡା ଓ ଅଷ୍ଟ୍ରେଲିଆ !

ଜାପାନ: ଟୋକିଓରେ ହେବାକୁ ଥିବା ଅଲିମ୍ପିକ ଗେମ୍ସ(୨୦୨୦)କୁ ଦଳ ପଠାଇବେନି କାନାଡା ଓ ଅଷ୍ଟ୍ରେଲିଆ । କୋଭିଡ୍ -୧୯କୁ ନେଇ କୌଣସି ରିସ୍କ ନେବାକୁ ଚାହୁଁନାହାଁନ୍ତି ଦୁଇ ଦେଶର ଅଲିମ୍ପିକ କମିଟି ।

ଟୋକିଓ ଅଲିମ୍ପିକକୁ ୨୦୨୧ପର୍ଯ୍ୟନ୍ତ ସ୍ଥଗିତ ରଖିବା ଲାଗି ଆୟୋଜକଙ୍କୁ ନିବେଦନ କରିଛନ୍ତି ଦୁଇ ଦେଶ । ଦୁଇ ଦେଶର ଅଲିମ୍ପିକ କମିଟି ପୃଥକ ଭାବେ ପ୍ରେସମିଟରେ ଷ୍ଟେଟମେଣ୍ଟ ଦେବା ସହ ଟୁଇଟ୍ ଜରିଆରେ ଅଲିମ୍ପିକରେ ଭାଗ ନ ନେବାକୁ ଘୋଷଣା କରିଛନ୍ତି ।

ଗୋଟେପଟେ ଅଲିମ୍ପିକ ୨୦୨୦କୁ ସ୍ଥଗିତ ରଖିବା ପାଇଁ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି ଉପରେ ଚାପ ବଢିବାରେ ଲାଗିିଛି । ସେପଟେ ଆଇଓସି ପ୍ରେସିଡେଣ୍ଟ ଥୋମାସ୍ ବାକ୍ ଅଲିମ୍ପିକକୁ ବାତିଲ କରିବା ବଦଳରେ କିଛିଦିନ ପାଇଁ ସ୍ଥଗିତ ରଖିବାକୁ ଯୋଜନା କରୁଛନ୍ତି ।

ଦୁଇ ଦେଶ ଛଡା ଅନ୍ୟ ଦେଶମାନଙ୍କର ଆଥଲେଟ୍‌ମାନେ ଅତି ଉତ୍କଣ୍ଠାର ସହ ଅଲିମ୍ପିକ ଗେମ୍ସକୁ ଅପେକ୍ଷା କରିଛନ୍ତି । ହେଲେ କରୋନାଭାଇରସର ଭୟ ଅନେକଙ୍କ ସ୍ୱପ୍ନକୁ ଝାପ୍ସା କରିଦେଇଛି ।

Leave A Reply

Your email address will not be published.