Latest Odisha News

BREAKING NEWS

ଶ୍ରାବଣରେ ଘରକୁ ଆଣନ୍ତୁ ଏହି ଜିନିଷ, ମିଳିବ ଶୁଭଫଳ

ଓଡ଼ିଶା ସମ୍ବାଦ ବ୍ୟୁରୋ: କୁହାଯାଏ ଯେ ଭଗବାନ ଶଙ୍କରଙ୍କ ପ୍ରିୟ ମାସ ଶ୍ରାବଣ ମାସ । ଏହି ମାସରେ ନିଷ୍ଠାର ସହ ଭଗବାନ ଶଙ୍କରଙ୍କୁ ପୂଜାର୍ଚ୍ଚନା କଲେ ଭକ୍ତର ସମସ୍ତ ମନସ୍କାମନା ପୂରଣ ହେବା ସହ ଆଶୀର୍ବାଦ ମିଳିଥାଏ ବୋଲି କୁହାଯାଏ । ଶ୍ରାବଣରେ ଭଗବାନ ଶଙ୍କରଙ୍କୁ ବେଲପତ୍ର, ଶମିପତ୍ର, ଦୁଦୁରା ଫୁଲ ଆଦି ଅର୍ପଣ କରିବା ଦ୍ୱାରା ଜୀବନରେ ଥିବା ଅନେକ ସମସ୍ୟା ଦୂର ହୋଇଥାଏ। ଏହା ବ୍ୟତୀତ ଏପରି କିଛି ଜିନିଷ ଅଛି ଯାହାକୁ ଶ୍ରାବଣ ମାସରେ ଘରକୁ ଆଣିବା ଦ୍ୱାରା ଭଗବାନ ଶଙ୍କରଙ୍କ ବିଶେଷ କୃପା ମିଳିଥାଏ। ତେବେ ଆସନ୍ତୁ ଜାଣିବା ସେପରି କିଛି ଜିନିଷ ବିଷୟରେ…

ଭଗବାନ ଶଙ୍କରଙ୍କ ପ୍ରିୟ ବାଦ୍ୟ ଡମ୍ବରୁ । ଡମ୍ବରୁର ଧ୍ୱନି ଘରୁ ନକରାତ୍ମକ ଶକ୍ତି ଦୂର କରିବା ସହ ଘରର ବାତାବରଣକୁ ମଧ୍ୟ ଶୁଦ୍ଧ ରହିଥାଏ। ତେଣୁ ଶ୍ରାବଣ ମାସରେ ଘରକୁ ଡମ୍ବରୁ ଆଣିବା ଦ୍ୱାରା ଜୀବନରେ ଥିବା କଷ୍ଟ ଦୂର ହୋଇଥାଏ। ସେହିପରି ଶ୍ରାବଣରେ ଘରକୁ ରୁଦ୍ରାକ୍ଷ ଆଣିବା ଅତ୍ୟନ୍ତ ଶୁଭ । ରୁଦ୍ରାକ୍ଷକୁ ପୂଜା ସ୍ଥାନରେ ରଖି ପୂଜା କରିବା ସହ ପଣ୍ଡିତଙ୍କ ପରାମର୍ଶ ଅନୁଯାୟୀ ଏହାକୁ ଧାରଣ କରନ୍ତୁ। ଏହାଦ୍ୱାରା ଭାଗ୍ୟରେ ସୁପରିବର୍ତ୍ତନ ହୋଇଥାଏ ଏବଂ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ। ଏତଦବ୍ୟତିତ ଘରେ ଥିବା ସମସ୍ତ ଅଭାବ ଦୂର ହୋଇଥାଏ। ଜୀବନ ସୁଖମୟ ହେବା ସହ ଘରେ ଥିବା ନକରାତ୍ମକ ଶକ୍ତି ଦୂର ହୋଇଥାଏ। ଭଗବାନ ଶଙ୍କରଙ୍କୁ ଶମିପତ୍ର ଖୁବ୍‌‌ ପ୍ରିୟ। ପ୍ରଭୁଙ୍କୁ ଏହି ପତ୍ର ଅର୍ପଣ କରିବା ଦ୍ୱାରା ଘରେ ସର୍ବଦା ସୁଖଶାନ୍ତି ରହିଥାଏ। ଉନ୍ନତି ହୋଇଥାଏ।

ଘରେ ଗଙ୍ଗାଜଳ ରଖିବା ଖୁବ ଶୁଭଙ୍କର। ଏହାକୁ ଘରେ ପୂଜା ସ୍ଥାନରେ ରଖନ୍ତୁ। ଘରକୁ ଶ୍ରାବଣ ସୋମବାରରେ ଗଙ୍ଗାଜଳ ନିଶ୍ଚୟ ଆଣନ୍ତୁ। ଏହି ଗଙ୍ଗାଜଳକୁ ଭଗବାନ ଶଙ୍କରଙ୍କୁ ଅର୍ପଣ କରନ୍ତୁ। ଏହାଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ଘରକୁ ଗଙ୍ଗାଜଳ ଆଣିବା ଦ୍ୱାରା ଭାଗ୍ୟରେ ସୁପରିବର୍ତ୍ତନ ସହ ଘରେ ସୁଖସମୃଦ୍ଧି ପ୍ରବେଶ କରିଥାଏ। ଶ୍ରାବଣରେ ପ୍ରଭୁଙ୍କୁ ବେଲପତ୍ର ଅର୍ପଣ କରନ୍ତୁ। ଏହାଦ୍ୱାରା ପ୍ରଭୁଙ୍କ ବିଶେଷ କୃପା ପ୍ରାପ୍ତି ହେବା ସହ ଜୀବନରେ ଥିବା କଷ୍ଟ ଦୂର ହୋଇଥାଏ। ମନସ୍କାମନା ପୂରଣ ହୋଇଥାଏ। କିନ୍ତୁ ଧ୍ୟାନ ଦେବେ ବେଲପତ୍ର ଯେପରି ଖଣ୍ଡିତ ହୋଇନଥିବ।

Leave A Reply

Your email address will not be published.