Latest Odisha News

BREAKING NEWS

ଦେଶରେ ୯୭ ଲକ୍ଷ ଟପିଲା କରୋନା ପଜିଟିଭ୍: ୨୪ଘଣ୍ଟାରେ ୨୬ ହଜାର ଆକ୍ରାନ୍ତ, ୩୮୫ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୭ ଲକ୍ଷ ପାର କରିଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୬ହଜାର ୫୬୭ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ସାରା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୯୭ଲକ୍ଷ ୩ହଜାର ୭୭୦କୁ ବୃଦ୍ଧି ପାଇଛି । ଦେଶରେ କରୋନା ସଂକ୍ରମଣ ଚିହ୍ନଟର ୩୧୩ଦିନ ଭିତରେ ସଂଖ୍ୟା ୯୭ ଲକ୍ଷ ଛୁଇଁଛି ।

ଦୈନିକ ମୃତ୍ୟୁସଂଖ୍ୟା ବି ହ୍ରାସ ପାଉଛି । ଗତ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ଆଉ ୩୮୫ ଆକ୍ରାନ୍ତ । ମୋଟ୍ ମୃତ୍ୟୁସଂଖ୍ୟା ୧ଲକ୍ଷ ୪୦ହଜାର ୯୫୮ରେ ପହଞ୍ଚିଛି । ଦେଶରେ ମୃତ୍ୟୁହାର ରହିଛ ୧.୪୫%।

ଏଥିସହ ପଢନ୍ତୁ: ଆଜିଠୁ ବ୍ରିଟେନରେ କରୋନା ଟିକାକରଣ, ଲୋକଙ୍କୁ ଦିଆଯିବ ଫାଇଜର୍ ଟିକା

କରୋନାରୁ ସୁସ୍ଥହାର କ୍ରମାଗତ ଭାବରେ ବଢିଚାଲିଛି । ଦେଶେର ଏହାରି ଭିତରେ ଆରୋଗ୍ୟ ଲାଭ କଲେଣି ୯୪ପ୍ରତିଶତ ସଂକ୍ରମିତ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ସୁସ୍ଥ ହୋଇଛନ୍ତି ୩୯ହଜାର ୪୫ ଆକ୍ରାନ୍ତ । ମୋଟ୍ ସୁସ୍ଥ ସଂଖ୍ୟା ୯୧ଲକ୍ଷ ୭୮ହଜାର ୯୪୬କୁ ବୃଦ୍ଧି ପାଇଛି । ଏବେ ଦେଶରେ ୩ଲକ୍ଷ ୮୩ହଜାର ୮୬୬ଟି ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.