Latest Odisha News

BREAKING NEWS

ଆଫଗାନିସ୍ତାନ ସଙ୍କଟ; ତାଲିବାନ ପ୍ରତି ବଦଳିଲା କି ବ୍ରିଟେନର ସ୍ୱର?

ନୂଆଦିଲ୍ଲୀ: ଆଫଗାନିସ୍ତାନ ସଙ୍କଟ ଭତିରେ ତାଲିବାନ ପ୍ରତି ବଦଳିଛି କି ବ୍ରିଟେନର ସ୍ୱର! ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ କହିଛନ୍ତି ଯେ ଆବଶ୍ୟକ ହେଲେ ବ୍ରିଟେନ ତାଲିବାନ ସହ କାମ କରିବ।

ବ୍ରିଟେନ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୁଁ ଲୋକଙ୍କୁ ଆଶ୍ୱାସନା ଦେବାକୁ ଚାହୁଁଛି ଯେ ଆଫଗାନିସ୍ତାନ ପାଇଁ ସମାଧାନ ଖୋଜିବା ପାଇଁ ଆମର ରାଜନୈତିକ ଏବଂ କୂଟନୈତିକ କାର୍ଯ୍ୟ କାର୍ଯ୍ୟ କରୁଛି। ଏହାର କିଛି ଦିନ ପୂର୍ବରୁ ବୋରିସ ଜନସନ କହିଥିଲେ କୌଣସି ଦେଶ ତାଲିବାନକୁ ଆଫଗାନିସ୍ତାନର ସରକାର ବୋଲି ମାନ୍ୟତା ଦେବା ଠିକ୍ ନୁହେଁ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କାବୁଲ ବିମାନବନ୍ଦରରେ ପରିସ୍ଥିତି ଟିକିଏ ଭଲ ହୋଇଯାଉଛି ଯେଉଁଠାରେ ହଜାର ହଜାର ଆଫଗାନିସ୍ତାନ ଦେଶରୁ ପଳାଇବାକୁ ଦାବି କରୁଛନ୍ତି। ବ୍ରିଟେନ ସରକାର କହିଛନ୍ତି ସେମାନେ ପ୍ରାୟ ୧୬୧୫ ଲୋକଙ୍କୁ ସ୍ଥାନାନ୍ତର କରିଛି। ସେମାନଙ୍କ ମଧ୍ୟରେ ୩୯୯ ଜଣ ବ୍ରିଟିଶ ନାଗରିକ, ୩୨୦ ଦୂତାବାସ କର୍ମଚାରୀ ଏବଂ ୪୦୨ ଆଫଗାନୀ ସାମିଲ୍‌ ଥିଲେ।

Leave A Reply

Your email address will not be published.