Latest Odisha News

ସୁରକ୍ଷାକର୍ମୀ ଗୁଳିରେ ୩ ଆତଙ୍କୀ ସଫା

ଶ୍ରୀନଗର: ଜମ୍ମୁ କଶ୍ମୀର ପୁଣି ଆତଙ୍କୀ-ସୁରକ୍ଷାକର୍ମୀ ମୁହଁମୁହିଁ । ଗୁଳି ବିନିମୟରେ ଟଳିଲେ ୩ ଆତଙ୍କୀ । ଅବନ୍ତିପୁରାର ନାଗବେରନ୍ ତ୍ରାଲ ଅଞ୍ଚଳର ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଛି । ସୁରକ୍ଷାକର୍ମୀ ଗୁଳିରେ ୩ ଜଣ ଜୈସ-ଏ-ମହମ୍ମଦ ଆତଙ୍କବାଦୀ ନିହତ ହୋଇଛନ୍ତି । ତେବେ ସେମାନଙ୍କର ପରିଚୟ ମିଳିପାରି ନାହିଁ । ଏବେ ଘଟଣାସ୍ଥଳକୁ ସୁରକ୍ଷାକର୍ମୀ ଘେରି ସର୍ଚ୍ଚ ଅପରେସନ୍ ଚଳାଇଛନ୍ତି ।

ନାଗବେରନ୍ ତ୍ରାଲ ଅଞ୍ଚଳର ଜଙ୍ଗରେ ଆତଙ୍କାବାଦୀଙ୍କ ଗତିବିଧି ସମ୍ପର୍କରେ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ଆରମ୍ଭ ହୋଇଥିଲା ଅପରେସନ୍ । ସୁରକ୍ଷାକର୍ମୀଙ୍କୁ ଦେଖି ଗୁଳି ଚଳାଇଥିଲ ଆତଙ୍କୀ । ପାଲଟା ହମଲାରେ ୩ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି । ଗତକାଲି ପୁଲଓ୍ୱାମା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମରେ ହିଜବୁଲ ମୁଜାହିଦ୍ଦିନର ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିଲେ ।

Leave A Reply

Your email address will not be published.