ନୂଆଦିଲ୍ଲୀ: ମହାମାରୀ କରୋନାର ମୁକାବିଲା ପାଇଁ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ସ୍ୱାସ୍ଥ୍ୟାବସ୍ଥାର ସୁଧାର ପାଇଁ ଜରୁରୀକାଳିନ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଇଣ୍ଡିଆ କୋଭିଡ-୧୯ ଏମରଜେନ୍ସି ରେସପନ୍ସ ଆଣ୍ଡ୍ ହେଲଥ ସିଷ୍ଟମରୁ ଏହି ପ୍ୟାକେଜ ଘୋଷଣା କରାଯାଇଛି ।
ତିନୋଟି ପର୍ଯ୍ୟାୟରେ କେନ୍ଦ୍ର ସରକାର ଏହି ଟଙ୍କା ଦେବେ । ଜାନୁଆରି ୨୦୨୦ ରୁ ଜୁନ୍ ୨୦୨୦, ଜୁଲାଇ ୨୦୨୦ ରୁ ମାର୍ଚ ୨୦୨୧ ଏବଂ ଏପ୍ରିଲ୍ ୨୦୨୧ ରୁ ମାର୍ଚ ୨୦୨୪ ପର୍ୟ୍ୟନ୍ତ । ତେବେ ପ୍ରଥମ ପର୍ଯ୍ୟାୟର ଟଙ୍କା ପଠାଇ ଦିଆଯାଇଛି । ଏହି ଆର୍ଥିକ ପ୍ୟାକେଜରେ ଦିଆଯାଇଥିବା ଟଙ୍କାରେ ହସ୍ପିଟାଲର ଆଇସୋଲେଶନ ବୋର୍ଡ, ଆଇସିୟୁ ଭଳି ସ୍ୱାସ୍ଥ୍ୟ ଉପକରଣ କିଣାଯିବ ।
ଜାତୀୟ ସ୍ୱାସ୍ଥ୍ୟ ମିସନ୍ ନିର୍ଦେଶକ ବନ୍ଦନା ଗୁରନାନି ଏକ ସର୍କୁଲାର ଜାରି କରି କହିଛନ୍ତି ଯେ ଜାନୁଆରି ୨୦୨୦ ରୁ ମାର୍ଚ ୨୦୨୪ ଯାଏଁ ତିନୋଟି ପର୍ୟ୍ୟାୟରେ ଏହି ପ୍ୟାକେଜ କାର୍ଯ୍ୟକାରୀ ହେବ । ପ୍ରଥମ ପର୍ୟ୍ୟାୟରେ କୋଭିଡ -୧୯ ଡାକ୍ତରଖାନା ସଂଖ୍ୟା ବୃଦ୍ଧି ଏବଂ ଅନ୍ୟାନ୍ୟ ଡାକ୍ତରଖାନାର ବିକାଶ ହେବ। ଏଥିସହ ଆଇସୋଲେଶନ ଓ୍ୱାର୍ଡ, ଭେଣ୍ଟିଲେଟର ସହିତ ଆଇସିୟୁ, ଡାକ୍ତରଖାନାରେ ଅକ୍ସିଜେନ ଯୋଗାଣ, ଡାକ୍ତରଖାନାର ଲ୍ୟାବ ଗୁଡ଼ିକର ମରାମତି ସହିତ ଆମ୍ୱୁଲାନ୍ସ ସଂଖ୍ୟା ବଢ଼ାଯିବ ।
BREAKING NEWS
- ପ୍ରବଳ ବର୍ଷା ଆଶଙ୍କା; ଆଜି ଯାଜପୁରରେ ବନ୍ଦ ରହିବ ସ୍କୁଲ
- ପାରା ଗୋଡ଼ରେ ପାକିସ୍ତାନୀ ନମ୍ବର: ତଦନ୍ତ ଆରମ୍ଭ
- TMC ସାଂସଦ ମହୁଆ ମୋଇତ୍ରଙ୍କ ବଢିବ ସୁରକ୍ଷା: ହାଇକୋର୍ଟ ଦେଲେ ନିର୍ଦ୍ଦେଶ
- ଘରେ ପଶି ଭାଉଜଙ୍କୁ ହାଣିଦେଲା ଦିଅର, ଅଭିଯୁକ୍ତ ଫେରାର
- ପୁରୁଣା ମାରୁତି କାର୍ ମାଲିକଙ୍କୁ ଆଶ୍ୱସ୍ତି: E20 ପେଟ୍ରୋଲ୍ ପାଇଁ ଉପଯୁକ୍ତ ୨୦୦୮ ପରର ସବୁ ମଡେଲ୍
- ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କିପରି ରହିବ ଭାରତର ଭବିଷ୍ୟତ? ସୁନା ବିନିଯୋଗକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶର ବିଶ୍ଳେଷଣ
- ବିବାହର ୫ ମାସ ପରେ ଅଲଗା ହେଲେ ରାପର୍ ବାଦଶାହ ଓ ପଞ୍ଜାବୀ ଅଭିନେତ୍ରୀ ଇଶା ରିଖୀ
- ସରକାରୀ ଯୋଜନାର ତଦାରଖ ପାଇଁ ଜିଲ୍ଲା ଗସ୍ତ କରିବେ ସଚିବ: ଅକ୍ଟୋବର ସୁଦ୍ଧା ରିପୋର୍ଟ ଦେବାକୁ ଉନ୍ନୟନ କମିଶନରଙ୍କ ନିର୍ଦ୍ଦେଶ
- ରାଜ୍ୟ ପୋଲିସ ବିଭାଗରେ ବଡ଼ ଧରଣର ପଦୋନ୍ନତି: ଏସ୍ପି ପାହ୍ୟାକୁ ଉନ୍ନୀତ ହେଲେ ୧୫ ଜଣ ଅତିରିକ୍ତ ଏସ୍ପି
- ଦୁଲୀପ ଟ୍ରଫି: ଫାଇନାଲରେ ଇଷ୍ଟ ଜୋନ, ଅଧିନାୟକ ଭାବେ ଈଶାନ ଏବେ ବି ଅପରାଜେୟ

Comments are closed.