Latest Odisha News

ଜୀବନ ବଂଚାଇବା ପାଇଁ ଡାକ୍ତରଙ୍କ ପାଖରେ ନେହୁରା ହେଲେ ତବଲିଗ ଜମାତର ସଦସ୍ୟ

କାନପୁର: କରୋନାର ଭୟାବହ ଓ ବିକଟାଳ ରୂପକୁ ତବଲିଗ ଜମାତର ସଦସ୍ୟମାନେ ଭଲ ଭାବେ ବୁଝିବା ଆରମ୍ଭ କରିଛନ୍ତି । ହ୍ୟାଲେଟ ଡାକ୍ତରଖାନାରେ ଗୁରୁବାର ଭିନ୍ନ ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଯେଉଁ ଡାକ୍ତର ଓ ନର୍ସଙ୍କୁ ସେମାନେ ଖରାପ ବ୍ୟବହାର କରିଥିଲେ ଆଜି କରୋନା କବଳରୁ ବଂଚାଇବା ପାଇଁ ସେମାନଙ୍କ ପାଖରେ ନେହୁରା ହୋଇଥିଲେ ତବଲିଗ ଜମାତର ସଦସ୍ୟ ।

ଘର କଥା ମନେ ପକାଇ କେତେକ ଜମାତିୟାଙ୍କୁ କାନ୍ଦିବା ଦେଖିବାକୁ ମିଳିଥିଲେ । ଡାକ୍ତରମାନେ ତାଙ୍କ ଉପରେ ବିରକ୍ତ ହେବା ବଦଳରେ ଆଶ୍ୱାସନା ଦେଉଥିବା ଦେଖିବାକୁ ମିଳିଥିଲା । କିଛି ଲୋକଙ୍କ ପ୍ରରୋଚନାରେ ତବଲିଗ ଜମାତିର ସଦସ୍ୟମାନେ ଯେଉଁ ଭୁଲ କରିଥିଲେ ତାହା ଆଜି ସାରା ଦେଶ ଭୋଗୁଛି ।

Leave A Reply

Your email address will not be published.