Latest Odisha News

BREAKING NEWS

୭୫୦୦୦ ବର୍ଷ ତଳର ମହିଳାଙ୍କ କୃତ୍ରିମ ଚେହେରା ପ୍ରସ୍ତୁତ କଲେ ଗବେଷକ

ଲଣ୍ଡନ: ବ୍ରିଟେନର ଗବେଷକମାନେ ୭୫୦୦୦ ବର୍ଷ ତଳର ଏହି ମହିଳାଙ୍କ ଖପୁରୀରୁ କୃତ୍ରିମ ଚେହେରା ପ୍ରସ୍ତୁତ କରିଛନ୍ତି । ଅତ୍ୟାଧୂନିକ ଜ୍ଞାନକୌଶଳର ବ୍ୟବହାର କରାଯିବା ସହ ମହିଳାକଙ୍କ ଖପୁରୀରୁ ଏହାକୁ ପ୍ରସ୍ତୁତ କରିଥିଲେ । ୨୦୧୮ରେ ଇରାକର କୁର୍ଦ୍ଦିସ୍ତାନରେ ଏକ ପଥର ତଳୁ ଏହି ମହିଳାଙ୍କ ଖପୁରୀ ମିଳିଥିଲା । ଏହା ୭୫୦୦୦ ବର୍ଷ ତଳେ ବସବାସ କରୁଥିବା ନିଏଣ୍ଡରଥାଲ ମନୁଷ୍ୟର ଅବଶେଷ ବୋଲି ବିବେଚନା କରାଯାଉଛି । ୪୦,୦୦୦ ବର୍ଷ ତଳେ ହଠାତ ନିଏଣ୍ଡରଥାଲ ମନୁଷ୍ୟ ରହସ୍ୟମୟ ଢ଼ଙ୍ଗରେ ଲୋପ ପାଇଥିଲେ । ମୃତ୍ୟୁ ପରେ ମହିଳାଙ୍କ ଉପରେ ପଥର ପଡି ଯାଇଥିବାରୁ ତାଙ୍କ ଖପୁରୀ ଚେପା ହୋଇ ଯାଇଥବା ଅନୁମାନ କରାଯାଉଛି ।

ଏହି ନିଏଣ୍ଡରଥାଲ ମହିଳାଙ୍କ ନାମ ଶନିଦାର ଜେଡ ରଖାଯାଇଛି । ମହିଳାଙ୍କ ଚେହେରା ସମ୍ପୂର୍ଣ୍ଣ ଭାବେ ଏବେକାର ମନୁଷ୍ୟଙ୍କ ସହ ମେଳ ଖାଉଛି । ସେମାନଙ୍କ ଭ୍ରୁଲତା ଓ ଓଠ ନ ଥିବା ଏହି ଖପୁରୀକୁ ଅନୁଧ୍ୟାନ କରିବା ପରେ ଜଣାପଡିଛି । ଗବେଷକମାନେ ଦୃଢ଼ତା ସହକାରେ କହିଛନ୍ତି ଏବେକାର ଅଧିକାଂଶ ମନୁଷ୍ୟଙ୍କ ନିକଟରେ ନିଏଣ୍ଡରଥାଲ ପ୍ରଜାତିର ଡିଏନଏ ରହିଥିବ । ବିସ୍କୁଟଠାରୁ ନରମ ଅବସ୍ଥାରେ ମିଳିଥିବା ଏହି ଖପୁରୀରର ଅଂଶବିଶେଷକୁ ସେମାନେ ଅନୁଧ୍ୟାନ କରିବା ସହ ସଜେଇ ରଖି ମହିଳାଙ୍କ ରୂପରେଖ ପ୍ରସ୍ତୁତ କରିଥିଲେ ।

Leave A Reply

Your email address will not be published.