Latest Odisha News

BREAKING NEWS

ସୁନ୍ଦରଗଡ ଓ କନ୍ଧମାଳରେ ପ୍ରାର୍ଥୀ ପତ୍ର ଦାଖଲ କଲେ ହେଭିୱେଟ ନେତା

ସୁନ୍ଦରଗଡ: ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ଜାରି ରହିଛି ନାମାଙ୍କନ ଦାଖଲ ପ୍ରକ୍ରିୟା । ସପ୍ତମ ଦିନରେ ପ୍ରାର୍ଥୀ ମାନେ ନିଜର ନିଜର ସମର୍ଥକଙ୍କ ସହ ଭିନ୍ନ ଭିନ୍ନ ଢଙ୍ଗରେ ଆସି ନାମାଙ୍କନ ଦାଖଲ କରୁଛନ୍ତି । ଏହାରି ଭିତରେ ଆଜି ସୁନ୍ଦରଗଡ ଲୋକସଭା ଆସନର ବିଜେପି ପ୍ରାର୍ଥୀ ଜୁଏଲ ଓରାମ ଓ ସୁନ୍ଦରଗଡ ବିଧାନସଭା ଆସନ ପାଇଁ କୁସୁମ ଟେଟେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ।

ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ପ୍ରଥମେ ନିଜର ସମର୍ଥକଙ୍କ ସହ ରୋଡ ସୋ କରି ଶକ୍ତି ପ୍ରଦର୍ଶନ କରିଛନ୍ତି ଉଭୟ ନେତା ।

ଅନ୍ୟପଟେ, ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗର ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଅଳକା ମହାନ୍ତି । ନିଜ କର୍ମୀମାନଙ୍କ ସହ ରାଲିରେ ଯାଇ ଝାରସୁଗୁଡା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ଭରିଛନ୍ତି ବିଜେଡି ବିଧାନସଭା ପ୍ରାର୍ଥୀ ।

ସେହିପରି ବିଶାଳ ଶୋଭାଯାତ୍ରାରେ ଆସି କନ୍ଧମାଳ ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ଅଚ୍ୟୁତ ସାମନ୍ତ । ତାଙ୍କ ସହ ଫୁଲବାଣୀ ବିଧାନସଭାର ବିଜେଡି ପ୍ରାର୍ଥୀ ଜୟଶ୍ରୀ କଅଁର ବି ନାମାଙ୍କନ ଦାଖଲ କରିଛନ୍ତି ।

Leave A Reply

Your email address will not be published.