Latest Odisha News

BREAKING NEWS

ଉତ୍ତରପ୍ରଦେଶର କୁଖ୍ୟାତ ମିର୍ଚ୍ଚି ଗ୍ୟାଙ୍ଗର ମୁଖ୍ୟ ଗିରଫ, ପୋଲିସକୁ ଚକମା ଦେବା ପାଇଁ ଫଳ ବିକ୍ରି କରୁଥିଲା

ଲକ୍ଷ୍ନୌ: ଉତ୍ତରପ୍ରଦେଶର କୁଖ୍ୟାତ ମିର୍ଚ୍ଚି ଗ୍ୟାଙ୍ଗର ମୂଖ୍ୟ ଆଶୁ ଜାଟକୁ ପୋଲିସ ଗିରଫ କରିଛି । ମୁମ୍ବାଇର ଡିସିପି ଆକବର ପଠାନଙ୍କ କହିବା ଅନୁସାରେ ଆଶୁ ମୁମ୍ବାଇର ବସ୍ତି ଅଞ୍ଚଳରେ ନିଜର ପରିଚୟ ଲୁଚାଇ ରହୁଥିଲା । ଏଠାରେ ସେଫଳ ବିକ୍ରି କରୁଥିଲା । ଉତ୍ତରପ୍ରଦେଶରେ ତା ବିରୋଧରେ ଅନେକ ଶିଳ୍ପପତି ଓ ନେତାଙ୍କୁ ହତ୍ୟା ଏବଂ ଡକାୟତି ଭଳି ଅନେକ ଅପରାଧିକ ମାମଲା ରହିଛି ।  ଉତ୍ତରପ୍ରଦେଶ ସରକାର ତା ଉପରେ ଅଢେଇ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି ।

ଆଶୁ ଉତ୍ତରପ୍ରଦେଶ ନୋଏଡାର ବହୁ ଚର୍ଚ୍ଚିତ ଗୌରବ ଚଣ୍ଡେଲା ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅପରାଧୀ। ପଶ୍ଚିମ ଉତ୍ତର ପ୍ରଦେଶରେ ନିଜର ମିର୍ଚି ଗ୍ୟାଙ୍ଗ ଯୋଗେ ଲୁଟ, ହତ୍ୟାକାଣ୍ଡରେ ସାମିଲ ଥିଲା। ତାହା ବିରୋଧରେ ବିରୋଧରେ ୪୦ ଅଧିକ ହତ୍ୟା ମାମଲା ରହିଛି । ଆଶୁକୁ ଗିରଫ କରିବାକୁ ଉତ୍ତର ପ୍ରଦେଶ ପୋଲିସର ଅପରାଧ ଶାଖାର ସ୍ୱତନ୍ତ୍ର ଟିମ ମୁମ୍ବାଇ ଯାଇଥିଲା । ଏହାପରେ ମୁମ୍ବାଇ ପୋଲିସ ଶନିବାର ତାକୁ ଭିଲେପାର୍ଲେ ଇରଲା ମାର୍କେଟରୁ ଗିରଫ କରିଛି । ସେଠାରେ ସେ ରହୁଥିବାର ଖବର ପାଇବା ପରେ ତାକୁ ଗିରଫ କରାଯାଇଛି ।

Leave A Reply

Your email address will not be published.