Latest Odisha News

BREAKING NEWS

ଭାଇ ହେଲା ଭଗାରୀ : ପାରିବାରିକ କଳହକୁ କେନ୍ଦ୍ର କରି ଭାଇକୁ ଏସିଡ୍ ମାଡ କଲା ଭାଇ

ଭୁବନ: ଭାଇ ହେଲା ଭଗାରୀ  । ପାରିବାରିକ କଳହକୁ କେନ୍ଦ୍ର କରି ଭାଇକୁ ଭାଇ ଏସିଡ୍ ମାଡ କରିଛି  । ଏମିତି କିଛି ଘଟଣା ଘଟିଛି  ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଗଡ଼ଗଁପୁର ଗାଁର ଲତାବିଲ ସାହିରେ  । ସୂଚନା ଅନୁସାରେ ଜମି ବାଡିକୁ କେନ୍ଦ୍ର କରି ଗଡଗହଁପୁର ଗାଁରେ ରହୁଥିବା ଭାଗିରଥୀ ନାୟକ ଏବଂ ତାଙ୍କ ଭାଈ ମାନଙ୍କ ମଧ୍ୟରେ ସବୁବେଳେ ବିବାଦ ଲାଗିରହୁଥିଲା । ପୂର୍ବରୁ ଜମିବାଡିକୁ ନେଇ ବହୁବାର ଝଗଡା ଲାଗୁଥିଲା ।

କାଲି ପୁର୍ନବାର ସମାନ ଘଟଣାକୁ ନେଇ ଭାଗିରଥୀ ଏବଂ ତାଙ୍କ ଭାଇ ମାନଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ଭାଗିରଥିଙ୍କ ଦୁଇ ଭାଈ ମିଶି ତାଙ୍କ ଉପରକୁ ଏସିଡ୍ ମାଡ କରିଥିଲେ । ଫଳରେ ତାଙ୍କର ମୁହଁରେ ଏସିଡ ମାଡ ହେବା ସହ ଦୁଇ ହାତରେ ମଧ୍ୟ ଏସିଡ ପଡିଛି। ଗୁରୁତର ଅବସ୍ଥାରେ ଭାଗିରଥିଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଏସିଡ ମାଡରେ ପରେ ଦୁଇ ଭାଇ ଫେରାର ହୋଇଯାଇଛନ୍ତି।

Leave A Reply

Your email address will not be published.