Latest Odisha News

BREAKING NEWS

ଭଦ୍ରକରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ, ମହିଳାଙ୍କ ସମେତ ୪ ଗିରଫ

ଭଦ୍ରକ: ଚେକିଂ ବେଳେ ଧରା ପଡ଼ିଲେ ବ୍ରାଉନସୁଗର ବେପାରୀ । ମହିଳାଙ୍କ ସମେତ ୪ ଜଣଙ୍କୁ ବାନ୍ଧିଛି ଭଦ୍ରକ ପୋଲିସ । ଅଟୋରେ ବ୍ରାଉନସୁଗାର ଚାଲାଣ ବେଳେ ଚରମ୍ପା ଛକରେ ଯାଞ୍ଚ ବେଳେ ଧରାପଡ଼ିଥିଲା । ଅଭିଯୁକ୍ତଙ୍କୁ ପାଖରୁ ୧କିଲୋ ୯୦ ଗ୍ରାମ୍ ବ୍ରାଉନସୁଗର ଜବତ ହୋଇଛି । ଯାହାର ଦାମ୍ କୋଟିଏ ଟଙ୍କା ହେବ । ନଗଦ ୧ ଲକ୍ଷ ଟଙ୍କା ବି ଜବତ କରିଛି ପୋଲିସ । ସଂପୃକ୍ତ ଅଟୋ ଓ ମୋବାଇଲ୍ ଫୋନ୍ ବି ଜବତ ହୋଇଛି ।

ଗିରଫ ଅଭିଯୁକ୍ତମାନେ ହେଲେ ବାଲେଶ୍ୱର ଜିଲ୍ଲା ଅବଦୁଲ ହମିଦ ଓ ମନୋଜ କୁମାର ଦାସ ଏବଂ ଭଦ୍ରକ ଜିଲ୍ଲାର କୁନିଲତା ଷଡଙ୍ଗୀ ଓ ଅଜୟ କୁମାର ଷଡଙ୍ଗୀ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳର ଜଣେ ବେପାରୀଙ୍କଠାରୁ ଏମାନେ ବ୍ରାଉନସୁଗର ଆଣିଥିଲେ । କୁନିଲତା, ମନୋଦ ଓ ଅଜୟ ଏହି ବ୍ରାଉନସୁଗର ଆଣୁଥିଲେ ।

ଏମାନଙ୍କ ସହ ଅନ୍ୟତମ ଅଭିଯୁକ୍ତ ଅବଦୁଲ ହମିଦ ହାତରେ କିଛି ବ୍ରାଉନସୁଗର ଭଦ୍ରକକୁ ପଠାଉଥିଲା ଜଳେଶ୍ୱର ଅଞ୍ଚଳର ବେପାରୀ । ଅବଦୁଲ ହମିଦ ହେଉଛି ଜଳେଶ୍ୱର ଅଞ୍ଚଳର ପୋଖତ ବ୍ରାଉନସୁଗର ବେପାରୀ ଚାଚିର ଭାଇ ଓ ମୋଷ୍ଟ ଓ୍ୱାଣ୍ଟେଡ୍ ମାଫିଆ ଅସଗରର ଶ୍ୱଶୂର । ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଅଧିକ ଖୋଳତାଡ ଜାରି ରଖିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ।

Leave A Reply

Your email address will not be published.