Latest Odisha News

BREAKING NEWS

ଛାୟାଲିପି : ଗଳ୍ପ ପରି ଲାଗେ, ଗଳ୍ପ ନୁହେଁ ମୋଟେ

ଭାରତରେ ଚଳଚ୍ଚିତ୍ରର ପ୍ରାରମ୍ଭିକ ସ୍ଥିତିରେ ବି ଷ୍ଟୁଡିଓର କାନ୍ଥ ବାହାରେ ଚଳଚ୍ଚିତ୍ର ସମ୍ବନ୍ଧିତ ଆଉ ଏକ ବିଶ୍ୱ ଥିଲା । ଷ୍ଟୁଡିଓ ଓ ଥିଏଟର ହଲ ମଝିରେ ଥିବା ସେଇ ବିଶ୍ୱରେ ଯେଉଁମାନେ ଥିଲେ ସେମାନେ ହେଲେ ପ୍ରୋଜେକ୍ଟନିଷ୍ଟ, ପୋଷ୍ଟର ଚିତ୍ରକର, ପୋଷାକ ଯୋଗାଣକାରୀ, ପ୍ରଚାର ପୁରୁଷ, ପ୍ରଦର୍ଶକ ପ୍ରମୁଖ । ସେମାନେ ସମସ୍ତେ ସିନେମାଟିକ୍ ଫୋର୍ସର ଅଂଶ ଥିଲେ ।

୧୯୩୦ ଦଶକ ମଧ୍ୟଭାଗରେ, ଏକ ନୂତନ ଚଳଚ୍ଚିତ୍ର କର୍ମୀ ଭାରତୀୟ ସିନେ ଧାରାକୁ ଆସିଲେ ଆଉ ସେମାନଙ୍କୁ କୁହାଗଲା ଚଳଚ୍ଚିତ୍ର ସମାଲୋଚକ । ସେମାନେ ଶିଳ୍ପ ଓ ଷ୍ଟାରଡମ୍ ଏବଂ ଚଳଚ୍ଚିତ୍ର ଓ ସର୍ବସାଧାରଣଙ୍କ ମଧ୍ୟରେ ସଂଯୋଗ ରେଖା ଟାଣିଲେ । ୧୯୩୦ ଏବଂ ୧୯୪୦ ଦଶକରେ ଭାରତୀୟ ଚଳଚ୍ଚିତ୍ର ସାମ୍ବାଦିକତାର ଆବିର୍ଭାବ ସିନେମା ଏବଂ ଶିଳ୍ପକୁ ନେଇ ଏକ ପ୍ରେରଣାପ୍ରଦ ଇତିହାସର ସୂତ୍ରପାତ କଲା । ଚଳଚ୍ଚିତ୍ର ସାମ୍ବାଦିକତା ଆକ୍ଷରିକ, ଦୃଶ୍ୟ ଭିତ୍ତିକ ଓ ବୈଷୟିକ ଧାରାରେ ଦର୍ଶକ ଓ ଚଳଚ୍ଚିତ୍ର ମଧ୍ୟରେ ସଂଯୋଗ ସେତୁ ନିର୍ମାଣ କଲା । ଏହି ସୂତ୍ରରୁ ଆସିଲା ଚଳଚ୍ଚିତ୍ର ପତ୍ରିକା ଏବଂ ତାହାର ଚର୍ଚ୍ଚା ଏହି ସ୍ତମ୍ଭରେ ହୋଇ ଆସୁଛି |

୧୯୫୮ ମସିହାରେ ଓଡିଆ ଯୁବକ ବସନ୍ତ ପଟ୍ଟନାୟକ ଚଳଚ୍ଚିତ୍ର ତାରକା ହେବା ପାଇଁ ବମ୍ବେରେ ନିଜ ଭାଗ୍ୟ ପରୀକ୍ଷା କରୁଥିଲେ ସଂଘର୍ଷ କରୁଥିଲେ । ତାଙ୍କୁ ସଫଳତା ମିଳିଲା ମିଳିଲା ନାହିଁ । ବିଫଳ ହୋଇ ବମ୍ବେରୁ ନିଜର ଓଡ଼ିଆ ହସ୍ତାକ୍ଷରରେ ଚଳଚ୍ଚିତ୍ର ପତ୍ରିକା ଚିତ୍ରପୁରୀ ଆରମ୍ଭ କଲେ । ଚିତ୍ରପୁରୀ ସଫଳ ହେଲା ଏବଂ କଟକକୁ ସ୍ଥାନାନ୍ତରିତ ହେଲା । ୧୯୫୯ ମସିହାରେ ଚିତ୍ରପୁରୀର କଟକରୁ ନିୟମିତ ପ୍ରକାଶନ ଆରମ୍ଭ ହେଲା ​​ଏବଂ ପତ୍ରିକା ଅଦ୍ୱିତୀୟ ମାନ୍ୟତା ହାସଲ କଲା ​​।

ଚିତ୍ରପୁରୀ ସମ୍ଭବତଃ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ପତ୍ରିକା ଯାହା ଏକ ଗଣିତରେ ପରିଣତ ହେଲା, ମାସକୁ ୫୦୦ କପି ବିକ୍ରି ହେଉଥିଲା | କେବେ କେବେ ହଜାରେ । ଗୁଜବ ଏବଂ ସମୀକ୍ଷା, ପର୍ଯ୍ୟବେକ୍ଷଣ ଏବଂ ମତର ମିଶ୍ରଣ ସହିତ ଚଳଚ୍ଚିତ୍ର ପ୍ରତି ଏକ ସମ୍ବେଦନ ସୃଷ୍ଟି କଲା ଚିତ୍ରପୁରୀ । ଚିତ୍ରପୁରୀର ପୃଷ୍ଠାଗୁଡ଼ିକରେ ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ଏବଂ ଅଭିନେତ୍ରୀମାନଙ୍କ ସହିତ ବାସନ୍ତ ପଟ୍ଟନାୟକ ନିଜ ଫଟୋ, ଭ୍ରମଣର ବିବରଣୀ, ସୁଟ୍ ପରିହିତ ଚିତ୍ର ଛାପିଲେ । ଚହଳ ପଡିଲା ​​। ଅବଶ୍ୟ ସେ ପ୍ରଚାର ସୂତ୍ରଟି ବସନ୍ତ ପଟ୍ଟନାୟକଙ୍କ ନିଜର ନୁହେଁ, ଭାରତୀୟ ଚଳଚ୍ଚିତ୍ର ସାମ୍ବାଦିକତାର ଜନକ ବୋଲି ଯାହାଙ୍କୁ କୁହାଯାଏ ବାବୁରାଓ ପଟେଲ, ତାଙ୍କ ଶୈଳୀ ଓ ତାଙ୍କ ପତ୍ରିକା ‘ଫିଲ୍ମ ଇଣ୍ଡିଆ’ ଦ୍ୱାରା ପ୍ରଭାବିତ ହୋଇଥିଲେ ବସନ୍ତ ପଟ୍ଟନାୟକ ।

କ’ଣ ଥିଲା ସେ ଶୈଳୀ ଏବଂ କେମିତି ଥିଲା ଚିତ୍ରପୁରୀ ଓ ଫିଲ୍ମ ଇଣ୍ଡିଆର ରୂପରେଖ? କେଉଁ ତାରକାଙ୍କ ଅଭିନୟରେ ପ୍ରଭାବିତ ହୋଇ ବସନ୍ତ ପଟ୍ଟନାୟକ ଯାଇଥିଲେ ବମ୍ବେ, ସେଠି କାହିଁକି ପ୍ରକାଶିତ କଲେ ହାତ ଅକ୍ଷରର ଓଡ଼ିଆ ଚିତ୍ରପୁରୀ? ଏହାର ଉତ୍ତର ଆପଣଙ୍କୁ କୁହୁକ ଗଳ୍ପ ପରି ଲାଗିବ, କିନ୍ତୁ ତାହା ମୋଟେରୁ ଗଳ୍ପ ନୁହେଁ । ସେହି ସତ ଗଳ୍ପ ପଢିବାକୁ ଓ ଚିତ୍ର ତାରକାଙ୍କ ସହ ବସନ୍ତ ପଟ୍ଟନାୟକଙ୍କ ଛବି ଦେଖିବାକୁ ଆପଣଙ୍କୁ ଆର ସଂଖ୍ୟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ । ତେବେ ଏହି ସଂଖ୍ୟାରେ ସ୍ଥାନିତ ହୋଇଛି ଚିତ୍ରପୁରୀର ଏକ ପ୍ରଚ୍ଛଦ, ଯାହା “ଫିଲ୍ମ ଇଣ୍ଡିଆ” ଢାଞ୍ଚାରେ ରଙ୍ଗୀନ ଛପା ଏବଂ ତାହାର ବି ଗଳ୍ପ ଅଛି ଯାହା ଆରସଂଖ୍ୟାରେ ଆପଣ ପଢିବେ ।

Leave A Reply

Your email address will not be published.