ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଭିଏସଏସ ନଗରରେ ଗାଡ଼ି ପାର୍କିଂକୁ ନେଇ ଗଣ୍ଡଗୋଳ। ଜଣେ ବିଏସ୍ଏଫ୍ ଯବାନଙ୍କ ଆକ୍ରମଣରେ ଟ୍ରାଫିକ କନଷ୍ଟେବଲ ଆହତ ହୋଇଛନ୍ତି ।
ଆକ୍ରମଣକାରୀ ଅଭିଯୁକ୍ତ ଜଣକ ହେଉଛନ୍ତି ବିଏସଏଫ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସଂଗ୍ରାମ ବିଶ୍ବାଳ । ସେ ପୋଲିସ ଡ଼ିଏସପି ପରିଚୟ ଦେଇ ଟ୍ରାଫିକ କନେଷ୍ଟବଳ ମନୋଜ ବେହେରାଙ୍କୁ ନିସ୍ତୁକ ପିଟିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ଏହି ଘଟଣାରେ ଅଭିଯୁକ୍ତ ବିଏସ୍ଏଫ୍ ଯବାନ ସଂଗ୍ରାମ ବିଶ୍ୱାଳଙ୍କୁ ସହିଦ ନଗର ଥାନାରେ ଅଟକ ରଖି ପୁଲିସ୍ ପଚରାଉଚରା କରୁଛି। ଜେରାବେଳେ ମିଛ କହୁଥିବା ସ୍ୱୀକାର କରିଛନ୍ତି ବିଏସ୍ଏଫ୍ ଯବାନ । ଏପରିକି ନିଜ କାମ ପାଇଁ ଥାନା ଆଇଆଇସୀଙ୍କ ସମ୍ମୁଖରେ କ୍ଷମା ପ୍ରାର୍ଥନା କରିଥିବା ମଧ୍ୟ ଜଣାଯାଇଛି ।
ସୂଚନାଥାଉ କି, ଭିଏସଏସନଗର ହାଟରେ ଗାଡି ପାର୍କିଂକୁ ନେଇ ହୋଇଥିଲା ଗଣ୍ଡଗୋଳ । ରାସ୍ତା ଉପରେ ଗାଡି ରଖି ମଟନ କିଣୁଥିଲେ ନକଲି ଡିଏସପି ଅଫିସର । ପ୍ରତିବାଦ କରିବାରୁ ଫାଣ୍ଡି କର୍ମଚାରୀଙ୍କୁ ମାଡ ମାରିଥିଲେ ନକଲି ପୋଲିସ । ସେହି ସମୟର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।
ସହିଦ ନଗର ଥାନା ପୋଲିସ ଘଟଣାର ତଦନ୍ତ କରି ବିଏସଏଫ ଯବାନଙ୍କୁ ଧରିଥିଲା । ତାଙ୍କର ଆଇ କାର୍ଡ ଦେଖି ସେ ବିଏସଏଫ କର୍ମଚାରୀ ବୋଲି ଜାଣିଥିଲା ପୋଲିସ ।
Comments are closed.