Latest Odisha News

BREAKING NEWS

ଅଭିନେତ୍ରୀ ତାପସୀଙ୍କ ମାଆ ଲକ୍ଷ୍ମୀଙ୍କ ଆକୃତି ଥିବା ଗହଣା ପରିଧାନକୁ ନେଇ ତେଜୁଛି ବିବାଦ

ମୁମ୍ବାଇ: ଅଭିନେତ୍ରୀ ତାପସୀ ପନ୍ନୁ ମାଆ ଲକ୍ଷ୍ମୀଙ୍କ ଆକୃତି ଥିବା ଗହଣା ପିନ୍ଧି ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛନ୍ତି । ନାଲି ରଙ୍ଗର ଏକ ଉତେଜକ ପୋଷାକକୁ ମ୍ୟାଚିଂ କରି ସେ ଏହି ଗହଣା ପିନ୍ଧିଛନ୍ତି । ସୋସିଆଲ ମିଡିଆରେ ହିନ୍ଦୁ ଦେବ ଦେବୀଙ୍କ ଅପମାନ କରିବା ନେଇ ସେ ଏବେ ଟ୍ରୋଲ ହେବାରେ ଲାଗିଛନ୍ତି । ବିବାଦ ବଢ଼ିବାରୁ ସେ କହିଥିଲେ ଏହି ନେକଲେସ ରିଲାଏନ୍ସ ଜୁଏଲାରୀ ଦ୍ୱାରା ପ୍ରସ୍ତୁତ । ଲ୍ୟାକମୀ ଫେଶନ ୱିକ ୨୦୨୩ରେ ସେ ଏହାକୁ ପରିଧାନ କରିଥିଲେ । ତାପସୀଙ୍କ ଫେଶନ ଡିଜାଇନର ମୋନୀଷ ଜୟସିଂ ତାଙ୍କ ଫଟୋ ସହ କ୍ୟାପଶନ ଲେଖିଛନ୍ତ ୟେ ଲାଲ ରଙ୍ଗ କବ ମୁଝେ ଛୋଡେଗା ।

ମାଆ ଲକ୍ଷ୍ମୀଙ୍କ ଆକୃତି ଥିବା ଗହଣା ପରିଧାନରେ କୌଣସି ତ୍ରୁଟି ନାହିଁ । ମାତ୍ର ଏ ଭଳି ଉତେଜକ ପୋଷାକ ସହ ଏହାକୁ ପିନ୍ଧିବ ଅପମାନ ସଦୃଶ ବୋଲି ଜଣେ ୟୁଜର୍ସ ଲେଖିଛନ୍ତି । ତାପସୀଙ୍କ ଏବଂ ରାଜକୁମାର ହୀରାନୀଙ୍କ ଶାହାରୁଖ ଖାଁ ଅଭିନୀତ ଡଙ୍କିରେ ନଜର ଆସିବେ । ନିକଟରେ ତାଙ୍କର ରିଲିଜ ହୋଇଥିବା ବ୍ଲର ଓ ଦୋବାରା ଫିଲ୍ମ ବକ୍ସ ଅଫିସରେ ସେଭଳି କମାଲ କରିପାରି ନ ଥିଲା ।

Leave A Reply

Your email address will not be published.