Latest Odisha News

BREAKING NEWS

ବିଏସଏନଏଲରେ ଏବେ ପ୍ରତିଦିନ ମିଳିବ ୩୩ ଜିବି ଡାଟା ସହ ଅନଲିମିଟେଡ୍‌ ଭଏସ୍‌ କଲ୍‌

ନୂଆଦିଲ୍ଲୀ: ବୁଡିଯିବାକୁ ବସିଥିବା ବିଏସଏନଏଲ ଏବେ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ବଜାରକୁ ଆଣିଛି ନୂଆ ନୂଆ ପ୍ଲାନ।

ବିଏସଏନଏଲ୍‌ ଭାରତ ଫାଇବର ବ୍ରଡ୍‌ବ୍ୟାଣ୍ଡ ପ୍ଲାନ୍‌କୁ ବଢ଼ାଇବାକୁ ଏକ ନୂଆ ୧୯୯୯ଟଙ୍କାର ପ୍ଲାନ୍‌ ଲଞ୍ଚ କରିଛି। ଜିଓ ଫାଇବର ପ୍ଲସ୍‌ର ବଜାର ପ୍ରବେଶ ପରେ ବିଏସଏନଏଲ୍‌ ପକ୍ଷରୁ ଏହି ନୂତନ ପ୍ଲାନ୍‌ ଲଞ୍ଚ କରାଯାଇଛି। ଏଥିରେ ପ୍ରତିଦିନ ୩୩ ଜିବି ଡାଟା ସହ ଗ୍ରାହକଙ୍କ ପାଇଁ ଅନଲିମିଟେଡ ଭଏସ କଲର ସୁବିଧା ଉପଲବ୍ଧ ରହିବ ।

ବିଏସଏନଏଲର ୧୯୯୯ ଟଙ୍କିଆ ବ୍ରଡ୍‌ବ୍ୟାଣ୍ଡ ପ୍ଲାନ୍‌ର ମୁକାବିଲା ଏସିଟି ଫାଇବର ନେଟ୍‌, ଏୟାରଟେଲ୍‌ ଭି-ଫାଇବରର ୧୯୯୯ ଟଙ୍କିଆ ପ୍ଲାନ୍‌ ଏବଂ ଜିଓ ଫାଇବରର ୨୪୯୯ ଟଙ୍କିଆ ପ୍ଲାନ୍‌ ଭଳି ପ୍ରମୁଖ ପ୍ଲାନ୍‌ ସହ ରହିବ।

ପୂର୍ବରୁ ହିଁ ବିଏସଏନଏଲ୍‌ ପକ୍ଷରୁ ଏହି ପ୍ଲାନ୍‌ ବିଷୟରେ ସୂଚନା ଦେଇ କୁହାଯାଇଥିଲା ଯେ, ପ୍ରତିଦିନ ୩୩ ଜିବି ଡାଟା ୧୦୦ ଏମବିପିଏସ ସ୍ପିଡରେ ମିଳିବ। ଡାଟା ବାଲାନ୍ସ ସରିବା ପରେ ୪ ଏମବିପିଏସରେ ଗ୍ରାହକ ନେଟ୍‌ ଚଲାଇ ପାରିବେ। ତେବେ କମ୍ପାନୀ ତରଫରୁ ଅନ୍‌ଲିମିଟେଡ୍‌ ପ୍ଲାନ୍‌ ଭାବେ ଏହାର ମାର୍କେଟିଂ କରାଯାଉଥିବା ଜଣାପଡିଛି ।

ଅନ୍ୟପଟେ ଜିଓର ନୂଆ ୨୪୯୯ ଟଙ୍କିଆ ପ୍ଲାନ୍‌ରେ ଗ୍ରାହକଙ୍କୁ ୧୦୦ ଏମବିପିଏସ ସ୍ପିଡ୍‌ରେ ୫୦୦ ଜିବି ଡାଟା ମିଳିବ ଏବଂ ଡାଟା ବାଲାନ୍ସ ସରିବା ପରେ ନେଟ୍‌ ୧ ଏମବିପିଏସରେ ଚାଲିବ।

Leave A Reply

Your email address will not be published.