ବିଧାନସଭା ନିର୍ବାଚନ ଥିବା ୪ ରାଜ୍ୟ ପାଇଁ ବଜେଟରେ ବମ୍ପର ଘୋଷଣା
ନୂଆଦିଲ୍ଲୀ: ବଜେଟରେ ଚଳିତବର୍ଷ ନିର୍ବାଚନ ହେବାକୁ ଥିବା ୪ଟି ରାଜ୍ୟ ପାଇଁ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ ଓ ଆସାମରେ ସଡ଼କ ଭିତ୍ତିଭୂମି ପାଇଁ ପ୍ୟାକେଜ୍ ଘୋଷଣା ହୋଇଛି । ଏଥିପାଇଁ ୨ଲକ୍ଷ ୨୭ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏଥିରେ ପଶ୍ଚିମବଙ୍ଗ ଅପେକ୍ଷା ତାମିଲନାଡୁ ଉପରେ ଅଧିକ ଫୋକସ କରିଛନ୍ତି ସରକାର ।
– ଭାରତମାଲା ପ୍ରକଳ୍ପ ପାଇଁ ୩.୩ ଲକ୍ଷ କୋଟି ଟଙ୍କା ଯୋଗାଇ ଦିଆଯାଇଛି । ସଡକ ଭିତ୍ତିଭୂମି ପାଇଁ ଅର୍ଥନୈତିକ କରିଡର୍ ନିର୍ମାଣ କରାଯିବ ଜ୍ଝ ୩୫୦୦ କିଲୋମିଟର ଜାତୀୟ ରାଜପଥ ପ୍ରକଳ୍ପ ଅଧୀନରେ ତାମିଲନାଡୁରେ ୧.୦୩ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ । ନିର୍ମାଣ କାର୍ୟ୍ୟ ଆସନ୍ତା ବର୍ଷ ଆରମ୍ଭ ହେବ ।
– କେରଳରେ ୧୧୦୦ କିଲୋମିଟର ଜାତୀୟ ରାଜପଥ ନିର୍ମାଣ ହେବ ଜ୍ଝ ଏହା ଅଧୀନରେ ମୁମ୍ବାଇ-କନ୍ୟାକୁମାରୀ କରିଡର ମଧ୍ୟ ନିର୍ମାଣ କରିବାକୁ ଘୋଷଣା । କେରଳରେ ଏଥିପାଇଁ ଖର୍ଚ୍ଚ ହେବ ୬୫ ହଜାର କୋଟି ଟଙ୍କା ।
– ପଶ୍ଚିମବଙ୍ଗରେ ୨୫ ହଜାର କୋଟି ଟଙ୍କା ବ୍ୟୟରେ ରାଜପଥ ନିର୍ମାଣ ହେବ । କୋଲକାତା-ସିଲିଗୁଡ଼ି ରାସ୍ତାର ନବୀକରଣ ହେବ ଜ୍ଝ ଆସାମର ଜାତୀୟ ରାଜପଥରେ ୩୪ ହଜାର କୋଟି ଟଙ୍କା ଖର୍ଚ୍ଚ ପାଇଁ ବଜେଟରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
Comments are closed.