Latest Odisha News

ବଜେଟ୍ ଅଧିବେଶନ ପୂର୍ବରୁ ଆଜିଠୁ ସାଂସଦ ଓ ସଂସଦ କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ

ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ଜାନୁଆରୀ ୨୯ ତାରିଖରୁ ଆରମ୍ଭ ହେବ । ବଜେଟ ଅଧିବେଶନ ପୂର୍ବରୁ ଆଜିଠୁ ସମସ୍ତ ସାଂସଦ, ସଂସଦ କର୍ମଚାରୀଙ୍କ କରୋନା ଟେଷ୍ଟ କରାଯିବ । କୋଭିଡ୍ ଟେଷ୍ଟ ଆଜି ଓ ଆସନ୍ତାକାଲି ୨ ଦିନ ଧରି କରାଯିବ । ସାଂସଦ ଚାହିଁଲେ ବାହାରେ ବି କରୋନା ପରୀକ୍ଷା କରାଇ ପାରିବେ ।

୨୯ରୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେଉଥିବା ବେଳେ ଫେବ୍ରୁଆରୀ ୧ରେ ଆଗତ ହେବ କେନ୍ଦ୍ରୀୟ ବଜେଟ୍ । ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ସାଧାରଣ ବଜେଟ୍ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣ ଆଗତ କରିବେ । ବଜେଟ୍ ଅଧିବେଶନ ୨ଟି ପର୍ଯ୍ୟାୟରେ ହେବ । ପ୍ରଥମ ପର୍ଯାୟ ଜାନୁଆରୀ ୨୯ରୁ ୧୫ ଫେବ୍ରୁଆରୀ ଯାଏ ଚାଲିବ । ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ୮ ମାର୍ଚ୍ଚରୁ ଏପ୍ରିଲ ୮ ଯାଏ ବସିବ ।

ବଜେଟ୍ ଅଧିବେଶନ ଆରମ୍ଭ ଦିନ ସଂସଦର ଉଭୟ ଗୃହକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ବୋଧିତ କରିବେ । ଫେବ୍ରୁଆରୀ ୧ ତାରିଖ ଦିନ ୧୧ଟାରେ ଆସିବ ବଜେଟ୍ । ବଜେଟ୍ ଅଧିବେଶନରେ କୋଭିଡ୍ କଟକଣାକୁ କଡ଼ାକଡ଼ି ପାଳନ କରାଯିବ । ରାଜ୍ୟସଭା ସକାଳ ୯ଟାରୁ ଦ୍ୱି ପହର ୨ଟା ଯାଏ ଚାଲିବ । ଲୋକସଭା ସନ୍ଧ୍ୟା ୪ଟାରୁ ରାତି ୮ଟା ଯାଏ ବସିବ ।

ଲୋକସଭା ବଜେଟ୍ ଅଧିବେଶନ ବେଳେ ପ୍ରଶ୍ନକାଳ ଓ ଶୂନ୍ୟକାଳ ରହିବ । ସାଂସଦଙ୍କୁ ବଜେଟ୍ ସାରାଂଶ ଓ ଆର୍ଥିକ ସର୍ବେକ୍ଷଣର ଡିଜିଟାଲ କପି ଦିଆଯିବ । ସଂସଦର ଗତ ମୌସୁମୀ ଅଧିବେଶନରେ ପ୍ରଶ୍ନକାଳ ନଥିଲା ।

Leave A Reply

Your email address will not be published.