Latest Odisha News

BREAKING NEWS

ସରକାରଙ୍କ ଅଜବ ନିୟମ : ମୋଟା ଲୋକ ସମୁଦ୍ରରୁ ଧରି ପାରିବେ ନାହିଁ ମାଛ

ବ୍ରିଟେନ୍‌: ସମୁଦ୍ରକୂଳରେ ବସବାସ କରୁଥିବା ଲୋକେ ସାଧାରଣତଃ ମାଛ ଧରି ପରିବାର ଚଳାଇଥାନ୍ତି । ଏହି ମତ୍ସ୍ୟଜୀବୀମାନେ କେବଳ ରାତିରେ ସମୁଦ୍ରକୁ ଯାଆନ୍ତି । ରାତିସାରା ଜାଲ ପକାଇ ମାଛ ଧରିବା ପରେ ସକାଳେ ତାକୁ ବିକ୍ରି କରିଥାନ୍ତି । କିନ୍ତୁ ବ୍ରିଟେନ୍ ସରକାର ଏହି ମତ୍ସ୍ୟଜୀବୀଙ୍କ ପାଇଁ ନୂତନ ନିୟମ ଲାଗୁ କରିଛନ୍ତି । ନିୟମଟି ହେଲା ମୋଟା ଲୋକ ମାଛ ଧରିବାକୁ ସମୁଦ୍ରକୁ ଯାଇପାରିବେ ନାହିଁ । ଏହି ନିୟମ ଲାଗୁ ହେବା ପରେ ମତ୍ସ୍ୟଜୀବୀମାନେ ନିୟମିତ ଜିମ୍ ଯିବାକୁ ଲାଗିଛନ୍ତି ।

BjdElectrycity

୨୦୧୮ ମସିହାରେ ଆନ୍ତର୍ଜାତୀୟ ଶ୍ରମ ସଂଗଠନ ମତ୍ସ୍ୟ ସମ୍ମିଳନୀରେ ଏହି ନିୟମ ଗ୍ରହଣ କରାଯାଇଥିଲା । ସେତେବେଳେ ଏହାକୁ ମତ୍ସ୍ୟଜୀବୀମାନେ ଘୋର ବିରୋଧ କରିଥିଲେ । ପରେ ମତ୍ସ୍ୟଜୀବୀଙ୍କୁ ପାଞ୍ଚ ବର୍ଷ ସମୟ ଦିଆଯାଇଥିଲା । ଯଦି କେହି ମୋଟା, ସେ ଜିମ୍ ଏବଂ ଡାଏଟିଂ ମାଧ୍ୟମରେ ନିଜର ଓଜନ ହ୍ରାସ କରି ମାଛ ଧରିପାରିବେ । ବର୍ତ୍ତମାନଏହି ଅବଧି ଶେଷ ହୋଇଯାଇଛି । ଯଦି କୌଣସି ମୋଟା ଲୋକ ସମୁଦ୍ରରେ ମାଛ ମାରିବା ପାଇଁ ଯାଆନ୍ତି ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯେଉଁ ମତ୍ସ୍ୟଜୀବୀର ଓଜନ ୪୦ କେଜିରୁ ଅଧିକ ତାଙ୍କୁ ଗିରଫ ମଧ୍ୟ କରାଯିବ ।
ମତ୍ସ୍ୟଚାଷ ପାଇଁ ନଭେମ୍ବରରୁ ମତ୍ସ୍ୟଜୀବୀଙ୍କୁ ଡାକ୍ତରୀ ପ୍ରମାଣପତ୍ର ଆବଶ୍ୟକ ହେବ । ଯଦି ମତ୍ସ୍ୟଜୀବୀଙ୍କ ଏହି ପ୍ରମାଣପତ୍ରରେ ସେମାନଙ୍କ ଓଜନ ୩୫ ରୁ ୪୦ କେଜି ମଧ୍ୟରେ ନ ମିଳେ, ତେବେ ସେମାନଙ୍କୁ ମାଛ ଧରିବାକୁ ଅନୁମତି ଦିଆଯିବ ନାହିଁ ।
ଖୁସିର କଥା, ଏହି ନିୟମ ଲାଗୁ ପରେ ମତ୍ସ୍ୟଜୀବୀମାନେ ନିୟମିତ ବ୍ୟାୟାମ କରିବା ସହ ଜିମ୍ ଯିବାକୁ ଲାଗିଛନ୍ତି । କେବଳ ଏତିକି ନୁହେଁ, ଅନକେ ଡାଏଟିସିଆନଙ୍କଠାରୁ ପରାମର୍ଶ ମଧ୍ୟ ନେଉଥିବା ଦେଖାଯାଇଛି ।

ସରକାର କହିଛନ୍ତି ଯେ, ମତ୍ସ୍ୟଜୀବୀଙ୍କ ସୁବିଧା ପାଇଁ ଏହି ନିଷ୍ପତ୍ତିି ନିଆଯାଇଛି । ଅତ୍ୟଧିକ ଓଜନ ହେଲେ ସମୁଦ୍ର ଯିବା ସେମାନଙ୍କ ପାଇଁ ବିପଜ୍ଜନକ ପ୍ରମାଣିତ ହୋଇପାରେ । ଅନ୍ୟପକ୍ଷରେ ମତ୍ସ୍ୟଜୀବୀମାନେ କହିଛନ୍ତି ଯେ ଏହି କଡ଼ା ନିଷ୍ପତ୍ତି ହେତୁ ସେମାନେ ଜୀବିକା ହରାଇବେ । ଯଦି ସେମାନେ ଅର୍ଜିତ ଟଙ୍କାକୁ ଜିମ୍‌ରେ ସାରିବେ ତେବେ ପରିବାର କେମିତି ଚଳିବ ବୋଲି କହିଛନ୍ତି । ତଥାପି ନିଜ ଓଜନକୁ ନିୟନ୍ତ୍ରଣ କରିବାକୁ ସେମାନେ ଚେଷ୍ଟା କରୁଛନ୍ତି ।

Leave A Reply

Your email address will not be published.