Latest Odisha News

BREAKING NEWS

ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ପଦରୁ ହଟିବେ ୱାର୍ଣ୍ଣର

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଦଳର ମୂଖ୍ୟ କୋଚ ରିକି ପଂଟି ଏ ନେଇ କଠୋର ପଦକ୍ଷେପ ନେବା ପାଇଁ ନିଷ୍ପତି ନେଇଛି । ରିପୋର୍ଟ ମୁତାବକ ଡେଭିଡ ୱାର୍ଣ୍ଣରଙ୍କୁ ଅଧିନାୟକ ପଦରୁ ହଟେଇବା ପାଇଁ ସେ ସଙ୍କେତ ଦେଇ ସାରିଛନ୍ତି । ସେ ଭଲ ବ୍ୟାଟିଂ ପ୍ରଦର୍ଶନ କରୁଥିଲେ ଦଳ ବିଜୟ ହାସଲ କରିପାରୁ ନାହିଁ । ତାଙ୍କ ନେତୃତ୍ୱରେ ଦଳଗତ ପ୍ରଦର୍ଶନର ଅଭାବ ରହୁଥିବା ଅନୁଭବ ହେଉଛି । ସେ ମଧ୍ୟ ଅପେକ୍ଷାକୃତ ଧୀମା ବ୍ୟାଟିଂ ପ୍ରଦର୍ଶନ କରୁଛନ୍ତି । ଫ୍ରାଂଚାଇଜ ଚେୟାରମ୍ୟାନ ପାର୍ଥ ଜିନ୍ଦଲ ମଧ୍ୟ ଦଳର ପ୍ରଦର୍ଶନ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ।

ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୨୦୦ରନର ଲକ୍ଷ୍ୟ ପିଛା କରି ଦିଲ୍ଲୀ ୧୪୨ ରନ କରିବାକୁ ସକ୍ଷମ ହୋଇଥିଲା । ନେଟ୍ସରେ ଖେଳାଳିମାନେ ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ ମ୍ୟାଚରେ ନିରାଶ କରୁଛନ୍ତି । ଦିଲ୍ଲୀ କ୍ରମାଗତ ୩ଟି ମ୍ୟାଚରେ ପରାଜୟବରଣ କରିଛି । ଆଗକୁ ଯଦି ବିଜୟଧାରାକୁ ନ ଫେରିବ ତାହାହେଲେ ପ୍ଲେ ଅଫ ପ୍ରବେଶ ଆଶା କ୍ଷୀଣ ହେବ । ମଙ୍ଗଳବାର ସୁଦ୍ଧା ଟିମ ନୂଆ ରୂପରେ ପଡିଆକୁ ଓହ୍ଲାଇବ ବୋଲି ଜିନ୍ଦଲ କହିଛନ୍ତି ।

Leave A Reply

Your email address will not be published.