Latest Odisha News

BREAKING NEWS

ମୋହନା ଅଡବା ନିକଟରେ ଓଲଟିଲା ବସ୍‌, ୧୨ ଯାତ୍ରୀ ଆହତ

ମୋହନା: ରାୟଗଡାରୁ କଟକ ଯାଉଥିବା ଏକ ଘରୋଇ ବସ୍ ଅଡବା ଥାନା ଅନ୍ତର୍ଗତ ଖ୍ରୀଷ୍ଟପୁର ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଛି । ଫଳରେ ୧୨ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଅଡବା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ଯାତ୍ରୀଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ଏମକେସିଜିକୁ ପଠାଇଛି ।

ସୂଚନା ଅନୁସାରେ, ଗତକାଲି ରାତିରୁ ରାୟଗଡାରୁ ୪୦ ଜଣ ଯାତ୍ରୀଙ୍କୁ ନେଇ ବାହାରିଥିଲା ଏହି ବସ୍ । ଖ୍ରୀଷ୍ଟପୁର ନିକଟରେ ସାମ୍ନା ପଟୁ ଏକ ଟ୍ରକ ଚାଲିଆସିବାରୁ ବସର ଡ୍ରାଇଭର ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ଯଥା ସମ୍ଭବ ଚେଷ୍ଟା କରିଥିଲେ । ଫଳରେ ବସଟି ଭାରସାମ୍ୟ ହରାଇ ଓଲଟି ପଡିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ।

Leave A Reply

Your email address will not be published.