Latest Odisha News

BREAKING NEWS

ହାତୀ ଆକ୍ରମଣରେ ଭିନ୍ନ ଭିନ୍ନ ସ୍ଥାନରେ ୨ ମୃତ

ଅନୁଗୁଳ/ସମ୍ବଲପୁର: ଅନୁଗୁଳ ଜିଲ୍ଲା ବନ୍ତଳା ଅଞ୍ଚଳ ବାରଗୌଣିଆ ଗ୍ରାମରେ ହାତୀ ଆକ୍ରମଣରେ ଆଜି ( ଶୁକ୍ରବାର) ପୁଣି ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ବାରଗୌଣିଆ ଗ୍ରାମର ସୁଦାମ ପ୍ରଧାନ ବୋଲି ଜଣା ପଡ଼ିଛି । ସୂଚନା ଅନୁସାରେ ସୁଦାମ ଆଜି ସକାଳେ ଗାଁ ପାଖ ଜଙ୍ଗଲକୁ ଡାଳ ସଂଗ୍ରହ କରିବାକୁ ଯାଇଥିଲେ । ସେଠାରେ ସେ ଏକ ଦନ୍ତା ହାବୁଡ଼ରେ ପଡି ଯାଇଥିଲେ । ଦନ୍ତା ଆକ୍ରମଣରେ ତାଙ୍କର ସେଠାରେ ହିଁ ମୃତ୍ୟୁ ହୋଇଥିଲା ।

ଅନ୍ୟପଟେ ସମ୍ବଲପୁର ଜିଲ୍ଲା ଜୁଜୁମରା ରେଞ୍ଜ ବରଙ୍ଗାମାଲ ଗାଁରେ ହାତୀ ଆତଙ୍କ । ହାତୀ ଆକ୍ରମଣରେ ଜଣେ ମୃତ୍ୟୁ ହୋଇଛି । ମୃତକ ହେଲେ ଅଷାଢୁ ଭୁଏ । ସେ ଟ୍ରାକ୍ଟର ଡ୍ରାଇଭର ଭାବେ କାମ କରନ୍ତି। ଗଲା ରାତିରେ କୁଲଶର ଗାଁରେ କାମ ସାରି ଘରକୁ ଫେରିବା ବେଳେ ବାଟରେ ହାତୀ ଆକ୍ରମଣ କରିଥିଲା। ହାତୀ ଶୁଣ୍ଢରେ କଚାଡି ଅଷାଢୁଙ୍କୁ ମାରିଦେଇଛି ।

Leave A Reply

Your email address will not be published.