Latest Odisha News

BREAKING NEWS

ଟଙ୍କା ଦେବାକୁ ମନା କରିବାରୁ ବ୍ୟବସାୟୀ ହାଣିଦେଲେ ଦୁର୍ବୃତ୍ତ, ତଦନ୍ତ ଜାରି

କେନ୍ଦ୍ରାପଡା: ଦାଦାବାଟି ଦେବାକୁ ମନା କରିବାରୁ ବ୍ୟବସାୟୀଙ୍କୁ ହାଣିଦେଲେ ଦୁର୍ବୃତ୍ତ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡାରେ । ଦୁର୍ବୃତ୍ତଙ୍କ ସଂଘବଦ୍ଧ ଆକ୍ରମଣରେ ଗୁରୁତର ହୋଇଥିବା ବ୍ୟବସାୟୀ ଜଣକ ମିର ଖାଦୀମ ବକ୍ସ । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଶନିବାର ରାତି ୯ ସମୟରେ କେନ୍ଦ୍ରାପଡ଼ା ବଡ଼ ବଜାରରେ ଥିବା ତାଙ୍କ ଲୁଗା ଦୋକାନର କ୍ୟାସ କାଉଣ୍ଟରରେ ବ୍ୟବସାୟୀ ଜଣଙ୍କ ବସିଥିବା ବେଳେ ଏହି ଘଟଣା ଘଟିଥିଲା । ପ୍ରାୟ ୧୦ରୁ ଉର୍ଦ୍ଧ୍ୱ ମୁଖା ପିନ୍ଧା ଦୁର୍ବୃତ୍ତ ହାତରେ ବାଡ଼ି ଓ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଧରି ଲୁଗା ଦୋକାନ ଭିତରେ ପଶିଥିଲେ । ଆକ୍ରମଣକାରୀମାନେ ବ୍ୟବସାୟୀଙ୍କୁ ଧମକଚମକ ଦେଇ ତାଙ୍କ ଠାରୁ ୧୦ ଲକ୍ଷ ଟଙ୍କା ମାଗିଥିଲେ । ହେଲେ ସେ ସେମାନଙ୍କୁ ଟଙ୍କା ଦେବାକୁ ମନା କରିବାରୁ ସେମାନେ ତାଙ୍କ ଉପରେ ଆକ୍ରମଣ କରି ସେଠାରୁ ଫେରାର ହୋଇଯାଇଥିଲେ ।

ପୀଡିତ ଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଥିବା ବେଳେ ଅନ୍ୟ ଆକ୍ରମଣକାରୀଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି । ଏହା ସହ ଘଟଣାରେ ସମ୍ପୃକ୍ତ ଦୁର୍ବୁତ୍ତଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରି ଅଧିକ ତଦନ୍ତ ଚଳାଇଛି ।

Leave A Reply

Your email address will not be published.