Latest Odisha News

BREAKING NEWS

ଏସଇସିଏଲ ଏବଂ ଏମ୍ସିଏଲ ଦ୍ୱାରା ତାପଜ ବିଦ୍ୟୁତ ପ୍ଲାଣ୍ଟ ସ୍ଥାପନ ପାଇଁ ଇକ୍ୟୁଟି ନିବେଶକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି ଆଜି ଦୁଇଟି ତାପଜ ବିଦ୍ୟୁତ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଇକ୍ୟୁଟି ନିବେଶ ପ୍ରସ୍ତାବକୁ ମଞ୍ଜୁର କରିଛି । ପ୍ରଥମ ପ୍ରକଳ୍ପ ଭାବେ ସାଉଥ୍‌ ଇଷ୍ଟର୍ଣ୍ଣ କୋଲ୍‌ଫିଲ୍ଡସ୍‌ ଲିମିଟେଡ୍‌ (ଏସଇସିଏଲ) ଏବଂ ଏମପିପିଜିସିଏଲର ଯୌଥ ଉଦ୍ୟୋଗ ଆକାରରେ ୧×୬୬୦ ମେଗାୱାଟ୍‌ ତାପଜ ବିଦ୍ୟୁତ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ । ମହାନଦୀ ବେସିନ୍‌ ପାୱାର୍‌ ଲିମିଟେଡ୍‌ (ଏମବିପିଏଲ) ଜରିଆରେ ମହାନଦୀ କୋଲ୍‌ ଫିଲ୍ଡସ୍‌ ଲିମିଟେଡ୍‌ (ଏମସିଏଲ) ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲାରେ ୨x୮୦୦ ମେଗାୱାଟ୍‌ କ୍ଷମତା ବିଶିଷ୍ଟ ତାପଜ ବିଦ୍ୟୁତ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବାର ପ୍ରସ୍ତାବ ରହିଛି ।

ଏସଇସିଏଲ, ଏମସିଏଲ ଏବଂ ସିଆଇଏଲ୍‌ ଦ୍ୱାରା ଇକ୍ୟୁଟି ନିବେଶ ପ୍ରସ୍ତାବକୁ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି ନିମ୍ନ ମତେ ମଞ୍ଜୁର କରିଛି :

  • ମଧ୍ୟପ୍ରଦେଶ ଅନୁପ୍ପୁର ଜିଲ୍ଲା ଚାଚାଇ ଗ୍ରାମରେ ଅମରକଣ୍ଟକ ତାପଜ ବିଦ୍ୟୁତ କେନ୍ଦ୍ର ଠାରେ ଏସଇସିଏଲ ଏବଂ ଏମପିପିଜିସିଏଲର ଯୌଥ ଉଦ୍ୟୋଗ ଜରିଆରେ ପ୍ରସ୍ତାବିତ ୧×୬୬୦ ମେଗାୱାଟ୍‌ ସୁପର୍‌ କ୍ରିଟିକାଲ ତାପଜ ବିଦ୍ୟୁତ କେନ୍ଦ୍ର ସ୍ଥାପନ ପାଇଁ ଆନୁମାନିକ ୫,୬୦୦ କୋଟି ଟଙ୍କାର ପ୍ରକଳ୍ପ ପୁଞ୍ଜିବ୍ୟୟ (±୨୦%ର ଶୁଦ୍ଧତା) ସହିତ ୭୦:୩୦ ଋଣ-ଇକ୍ୟୁଟି ଅନୁପାତ ଏବଂ ୪୯% ଇକ୍ୟୁଟୀ ନିବେଶକୁ ବିଚାର କରି ଏସଇସିଏଲ୍‌ ଦ୍ୱାରା ଯୌଥ ଉଦ୍ୟୋଗ କମ୍ପାନୀରେ ୮୨୩ କୋଟି (± ୨୦%) ଟଙ୍କାର ଇକ୍ୟୁଟି ପୁଞ୍ଜି ନିବେଶ।
  • ଏମବିପିଏଲ୍‌ ଜରିଆରେ ଆନୁମାନିକ ୧୫,୯୪୭ କୋଟି ଟଙ୍କା (±୨୦% ସଠିକତା)ର ପ୍ରକଳ୍ପ ପୁଞ୍ଜିବ୍ୟୟ ସହିତ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ପ୍ରସ୍ତାବିତ ୨×୮୦୦ ମେଗାୱାଟ୍‌ ସୁପର୍‌ କ୍ରିଟିକାଲ ତାପଜ ବିଦ୍ୟୁତ କେନ୍ଦ୍ର ପାଇଁ ଏମସିଏଲ ଦ୍ୱାରା ୪,୭୮୪ କୋଟି ଟଙ୍କା (±୨୦%)ର ଇକ୍ୟୁଟି ପୁଞ୍ଜିନିବେଶ।
  • (୨×୮୦୦ ମେଗାୱାଟ୍‌ ସୁପର-କ୍ରିଟିକାଲ୍‌ ତାପଜ ବିଦ୍ୟୁତ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଏମସିଏଲର ଏସପିଭି ଏମବିପିଏଲକୁ ଅନୁମତି।
  • ଉପରୋକ୍ତ ପ୍ରକାରରେ ବିନ୍ଦୁ (କ) ଠାରେ ଏସଇସିଏଲ-ଏମପିପିଜିସିଏଲର ଯୌଥ ଉଦ୍ୟୋଗରେ ସିଆଇଏଲ୍‌ ଦ୍ୱାରା ନିଜ ମୋଟ୍‌ ମୂଲ୍ୟର ୩୦% ଠାରୁ ଅଧିକ ଇକ୍ୟୁଟି ନିବେଶ ଏବଂ ଉପରୋକ୍ତ ପ୍ରକାରରେ ବିନ୍ଦୁ (ଖ) ଭଳି ଏମସିଏଲ୍‌ର ଶତପ୍ରତିଶତ ମାଲିକାନାରେ ଥିବା ସହାୟକ କମ୍ପାନୀ ଏମବିପିଏଲ୍ ଦ୍ୱାରା ଇକ୍ୟୁଟି ନିବେଶ (୪,୭୮୪ କୋଟି ଟଙ୍କା ± ୨୦%)।

ବିଶ୍ୱର ସର୍ବବୃହତ କୋଇଲା ଖଣି କମ୍ପାନି କୋଲ୍ ଇଣ୍ଡିଆ ଲିମିଟେଡ୍ (ସିଆଇଏଲ୍) ଦେଶକୁ ଶସ୍ତା ବିଜୁଳି ଯୋଗାଇବା ଉଦ୍ଦେଶ୍ୟରେ ଏହାର ସହାୟକ ସଂସ୍ଥା ଜରିଆରେ ଦୁଇଟି ପିଟ୍ ହେଡ୍ ତାପଜ ବିଦ୍ୟୁତ ପ୍ଲାଣ୍ଟ ସ୍ଥାପନ କରିବ –

  • ମଧ୍ୟପ୍ରଦେଶର ଅନୁପପୁର ଜିଲ୍ଲାର ଚଚାଇ ଗ୍ରାମର ଅମରକଣ୍ଟକ ତାପଜ ବିଦ୍ୟୁତ ଷ୍ଟେସନରେ ଏସଇସିଏଲ ଏବଂ ମଧ୍ୟପ୍ରଦେଶ ବିଦ୍ୟୁତ ଉତ୍ପାଦନ କମ୍ପାନୀ ଲିମିଟେଡ (ଏମପିପିଜିସିଏଲ) ମଧ୍ୟରେ ଜେଭି ମାଧ୍ୟମରେ ୧×୬୬୦ ମେଗାୱାଟ ସୁପରକ୍ରିଟିକାଲ କୋଇଲା ଭିତ୍ତିକ ତାପଜ ବିଦ୍ୟୁତ ପ୍ଲାଣ୍ଟ (ଟିପିପି) ।
  • ଏମସିଏଲ୍‌ର ସମ୍ପୂର୍ଣ୍ଣ ମାଲିକାନାରେ ଥିବା ସହାୟକ ସଂସ୍ଥା ‘ମହାନଦୀ ବେସିନ୍ ପାୱାର ଲିମିଟେଡ୍’ (ଏମ୍‌ବିପିଏଲ୍) ଜରିଆରେ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ୨×୮୦୦ ମେଗାଓ୍ଵାଟ୍ ସୁପରକ୍ରିଟିକାଲ ତାପଜ ବିଦ୍ୟୁତ ପ୍ଲାଣ୍ଟ ସ୍ଥାପନ ।

 

Leave A Reply

Your email address will not be published.