Latest Odisha News

BREAKING NEWS

ଏପ୍ରିଲ ୩୦ ସୁଦ୍ଧା ସରିବ ଶ୍ରୀମନ୍ଦିର ନାଟ ମଣ୍ଡପ ମରାମତି କାମ

କଟକ: ଆସନ୍ତା ଏପ୍ରିଲ ୩୦ ସୁଦ୍ଧା ଶେଷ ହେବ ଶ୍ରୀମନ୍ଦିର ନାଟମଣ୍ଡପ ଓ ଜଗମୋହନ ମରାମତି କାର୍ଯ୍ୟ । ଏନେଇ ଆଜି ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି ଆମିକସ୍‌‌ କ୍ୟୁରି ଏନ୍‌‌.କେ ମହାନ୍ତି । ୧୦ ତାରିଖରେ ବିମ୍‌ ଡିଜାଇନ୍‌ ଚୂଡ଼ାନ୍ତ ହୋଇଥିବା ଆମିକସ୍‌ କ୍ୟୁରି ହାଇକୋର୍ଟଙ୍କୁ ଜଣାଇଛନ୍ତି । ମରାମତି କାମ ସମ୍ପର୍କରେ ସତ୍ୟପାଠ ଦାଖଲ ପାଇଁ ASIକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି ।

ସୂଚନା ଅନୁସାରେ, ଗତ ଡିସେମ୍ବର ୧୮ ତାରିଖରେ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ସମ୍ପର୍କିତ ମାମଲାରେ ହାଇକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିଥିଲେ ଆମିକସ୍ କ୍ୟୁରି । ଶ୍ରୀମନ୍ଦିର ନାଟମଣ୍ଡପ ବିମ୍ ମରାମତି କାର୍ଯ୍ୟ ଆରମ୍ଭ ହୋଇଥିବା ହାଇକୋର୍ଟରେ ରିପୋର୍ଟ ଦାଖଲ କରିଥିଲେ ଆମିକସ୍ କ୍ୟୁରି । ଆଜି ଏହି ମାମଲାର ଶୁଣାଣି ହୋଇଥିବା ବେଳେ ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି ।

 

Leave A Reply

Your email address will not be published.