Latest Odisha News

BREAKING NEWS

ଏଣିକି ବିକ୍ରି ତଥା ବିଭାଜନ ହୋଇପାରିବ ଚକ ଜମି

ଭୁବନେଶ୍ୱର: ଚକଜମି ବିକ୍ରି ତଥା ବିଭାଜନକୁ ମିଳିଛି କ୍ୟାବିନେଟ ମୋହର । ଏଣିକି ଚକ ଜମି ବିକ୍ରି ତଥା ବିଭାଜନ ହୋଇପାରିବ । ଚକ  ଜମି  ବିକ୍ରି ପାଇଁ ଜମି ପଟ୍ଟାଗୁଡ଼ିକର ସଂଶୋଧନ କରାଯାଇ ପାରିବ । ଓଡ଼ିଶା ଚକବନ୍ଦୀ ଓ ଭୂମିର ବିଭକ୍ତିକରଣ ନିବାରଣ ଅଧିନିୟମର ଚାପ୍ଟର-୫ର ଧାରା ୩୪ ଏବଂ ୩୫ର ଉଚ୍ଚେଦ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ରାଜ୍ୟ କ୍ୟାବିନେଟ୍ ।

ଓଡ଼ିଶା ଚକବନ୍ଦୀ ଓ ଭୂମିର ବିଭକ୍ତିକରଣ ନିବାରଣ ଅଧିନିୟମ, ୧୯୭୨ର ଧାରା ୩୪ ଅନୁସାରେ କୌଣସି ଚକଭୁକ୍ତ ଜମିର ବିଭକ୍ତିକରଣ ତଥା ବିଭାଜନ ନିଷେଧ ଥିଲା । ସେହିପରି ଧାରା ୩୫ ଅନୁସାରେ, ଯଦି ଧାରା ୩୪କୁ ଉଲଂଘନ କରି କୌଣସି ଜମି ବିକ୍ରି କିମ୍ବା ବିଭାଜିତ ହେଉଥିବ, ତାହା ଅବୈଧ ବିବେଚିତ ହେଉଥିଲା । ଉଲ୍ଲଘଂନକାରୀଙ୍କୁ ଜମିରୁ ଉଚ୍ଛେଦ କରାଯିବାର ନିୟମ ଥିଲା ।

ଆଜି କ୍ୟବିନେକଟ ବୈଠକରେ ଏହାର ସଂଶୋଧନ କରାଯାଇଛି  । କ୍ୟାବିନେଟ୍ ଏହି ଅଧିନିୟମର ଚାପ୍ଟର-୫ର ଧାରା ୩୪ ଏବଂ ୩୫କୁ ଉଚ୍ଚେଦ କରିବାକୁ ଅନୁମୋଦନ କରିଛନ୍ତି । ଯାହାଫଳରେ ଜମି ମାଲିକମାନେ ସେମାନଙ୍କ ଚକ ଜମି ବିଭାଜନ କରିପାରିବେ । ଜମି ପଟ୍ଟାଗୁଡ଼ିକର ସଂଶୋଧନ ମଧ୍ୟ ହୋଇପାରିବ । ଏହା ଦ୍ୱାରା ରେଜିଷ୍ଟ୍ରି ଶୁଳ୍କ ଓ ଅନ୍ୟାନ୍ୟ ରାଜସ୍ୱ ଶୁଳ୍କର ଆଦାୟ ମଧ୍ୟ ବୃଦ୍ଧି ପାଇବ ।

Leave A Reply

Your email address will not be published.