Latest Odisha News

ରିଲିଜ୍ ହେଲା ‘ଆଦିପୁରୁଷ’ର ଦ୍ୱିତୀୟ ଗୀତ: ଦର୍ଶକଙ୍କ ହୃଦୟକୁ ଛୁଇଁଲା

ମୁମ୍ବାଇ: ‘ରାମାୟଣ’ କାହାଣୀ ଆଧାରିତ ତଥା ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍ ନାୟିକା କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ଏବେ ଖୁବ୍ ଚର୍ଚ୍ଚାରେ । ସୋମବାର ଏହି ଫିଲ୍ମର ଦ୍ୱିତୀୟ ଗୀତ ରିଲିଜ୍ ହୋଇଯାଇଛି । ଏହି ଗୀତ ଜବରଦସ୍ତ ହୋଇଛି । ଏହି ଗୀତକୁ ଲୋକେ ବହୁମାତ୍ରାରେ ପସନ୍ଦ କରିଛନ୍ତି । ଏହାକୁ ବର୍ତ୍ତମାନ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ ଦେଖି ସାରିଲେଣି । ଜୁନ୍ ୧୬ ତାରିଖରେ ଏହି ଫିଲ୍ମ ରିଲିଜ୍ ହେବାର କାର୍ଯ୍ୟକ୍ରମ ରହିଛି ।

ରାମାୟଣର କାହାଣୀକୁ ବଡ଼ ପରଦାରେ ଦେଖିବାକୁ ଦର୍ଶକ ଉତ୍ସାହର ସହିତ ଅପେକ୍ଷା କରି ରହିଛନ୍ତି । ଏହି ଫିଲ୍ମଟି ହାଇବଜେଟ୍‌ରେ ନିର୍ମିତ ହୋଇଛି । ଏହାର ଟ୍ରେଲରକୁ ଦର୍ଶକ ଖୁବ୍ ପସନ୍ଦ କରିଥିବାରୁ ଫିଲ୍ମଟି ଭଲ ବ୍ୟବସାୟ କରିବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି । ଫିଲ୍ମ ‘ଆଦିପୁରୁଷ’ରେ ପ୍ରଭାସ ଭଗବାନ ରାମଙ୍କ ଭୂମିକାରେ ନଜର ଆସିଥିବା ବେଳେ ସୀତା ମାଆଙ୍କ ରୂପରେ ଅଭିନେତ୍ରୀ କ୍ରିତି ସାନନ୍ ଓ ସୈଫ ଅଲ୍ଲୀ ଖାନ୍‌ଙ୍କୁ ରାବଣ ଭୂମିକାରେ ଦେଖିବାକୁ ମିଳିବ ।

ଫିଲ୍ମର ପ୍ରଥମ ଗୀତ ସୋସିଆଲ ମିଡିଆରେ ମଧ୍ୟ ଲୋକପ୍ରିୟ ହେବା ସହ ଦର୍ଶକଙ୍କ ହୃଦୟକୁ ଛୁଇଁଛି । ଏହି ଭକ୍ତି ଗୀତର ଲିରିକ୍ସକୁ ପ୍ରସିଦ୍ଧ ଗୀତିକାର ମନୋଜ ମୁନ୍ତାସୀର ଶୁକ୍ଲା ଲେଖିଥିବାବେଳେ ଏହାକୁ ଲୋକପ୍ରିୟ ଗାୟକ ସାଚେତ୍ ଏବଂ ପରମପରା ଗାଇଛନ୍ତି ।

Leave A Reply

Your email address will not be published.