Latest Odisha News

BREAKING NEWS

ଗୃହରେ ଉପସ୍ଥାପିତ ହେଲା ସିଏଜି ରିପୋର୍ଟ

ଭୁବନେଶ୍ୱର: ଗୃହରେ ଉପସ୍ଥାପିତ ହୋଇଛି ସିଏଜିଙ୍କ ୨୦୨୧-୨୨ ବର୍ଷର ଆର୍ଥିକ ରିପୋର୍ଟ। ଏହି ରିପୋର୍ଟ ଅନୁଯାୟୀ ଖଣିଜ କ୍ଷେତ୍ରରୁ ସର୍ବାଧିକ ୪୯ ହଜାର ୮୫୯ କୋଟି ଟଙ୍କା ମିଳିଥିବା ବେଳେ ଜିଏସଟିରୁ ୨୭ ହଜାର ୮୨୬ କୋଟି ମିଳିଛି।

ରାଜସ୍ବ ଖର୍ଚ୍ଚ ୯୫ ହଜାର ୩୧୧କୋଟିରୁ ୧ ଲକ୍ଷ ୯ହଜାର ୫୮୬କୋଟିକୁ ବଢ଼ିଛି।୨୦୨୦-୨୧ ରେ ୯୦୭୬କୋଟି ଟଙ୍କାର ରାଜସ୍ବ ବଳକା ଥିବାବେଳେ ଗତବର୍ଷ ଏହା ୪୩ ହଜାର ୪୭୨ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା।

ସରକାରଙ୍କ ଉପରେ ୭୨ ହଜାର ୪୮୫କୋଟି ଋଣ ରହିଥିଲା। ସେଥିମଧ୍ୟରୁ କେନ୍ଦ୍ର ସରକାରଙ୍କ ୧୮ ହଜାର ୫୦୮କୋଟି ଟଙ୍କା ରହିଥିଲା। ସମୁଦାୟ ଋଣ ୧ ଲକ୍ଷ ୨୦ ହଜାର ୧୪୦କୋଟି ଟଙ୍କା ମାର୍ଚ୍ଚ ସୁଦ୍ଧା ରହିଥିଲା।

ସରକାର ଗତବର୍ଷ ୧ ଲକ୍ଷ ୯୫ ହଜାର ୭୨୩ କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ ୧ ଲକ୍ଷ ୫୮ ହାଜର ୦୧୭ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ୩୭ ହଜାର ୭୦୬କୋଟି ଟଙ୍କା ସଞ୍ଚୟ କରିଥିଲେ। ଉକ୍ତ ବର୍ଷ ୩୨ ହଜାର ୭୦୧କୋଟି ଟଙ୍କା ନିବେଶ ହୋଇଥିବା ସିଏଜି ରିପୋର୍ଟରୁ ଜଣାପଡିଛି ।

Leave A Reply

Your email address will not be published.