Latest Odisha News

BREAKING NEWS

କେକ୍ ପାଇଁ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ

ରାଉରକେଲା: ରାଉରକେଲା ସହରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ରାଉରକେଲା ସହରର ବନ୍ଧମୁଣ୍ଡା ସି ସେକ୍ଟର ଅଞ୍ଚଳରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀର ଗୁରୁବାର ଦିନ ଜନ୍ମଦିନ ଥିବା ବେଳେ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରି ଦେଇଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ, ଝିଅର ଜନ୍ମଦିନ ପାଇଁ କୋଳାହଳରେ ଘର ପୁରି ଉଠୁଥିଲା । କିନ୍ତୁ ହଠାତ ଘଟିଲା ଏପରି ଏକ ଘଟଣା ଯାହାକୁ ଦେଖି ପରିବାର ଲୋକଙ୍କ ନିଦ ହଜିଗଲା । ଝିଅର ଜନ୍ମଦିନ ପାଇଁ ଆସିଥିବା କେକରୁ କଟା ହେବ ପୂର୍ବରୁ ସେ ଟିକିଏ ଖାଇଦେଇଥିଲେ ।  ଯାହାକୁ ନେଇ ଝିଅର ମା’ “କାହିଁକି କେକ୍ ଅଇଁଠା କଲୁ” ବୋଲି କହି ଝିଅ ଉପରେ ବିରକ୍ତ ହୋଇଥିଲେ । ଏହି ସାମାନ୍ୟ କଥାରେ ଝିଅଟି ନିଜ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଦେଇଛି ।

ବାପା ମାଆ, ପରେ ଝିଅକୁ ଖୋଜି ନପାଇବାରୁ ଏକ ବନ୍ଦ ରୁମ ମଧ୍ୟରେ ଝିଅ ଓଢଣୀରେ ଝୁଲୁଥିବାର ଦେଖିବାକୁ ପାଇଥିଲେ। କବାଟ ଭାଙ୍ଗି ଝିଅକୁ ଡ଼ାକ୍ତରଖାନା ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି । ଯାହାକୁ ନେଇ ଉକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଖବରପାଇ ବନ୍ଧମୁଣ୍ଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.