Latest Odisha News

BREAKING NEWS

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ପ୍ରଚାର, ୧୦ ତାରିଖରେ ପଡିବ ଭୋଟ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନର ୨ଟି ପର୍ଯ୍ୟାୟ ଶେଷ ହୋଇଥିବା ବେଳେ ଆସନ୍ତା ୭ ତାରିଖରେ ହେବ ତୃତୀୟ ପର୍ଯ୍ୟାୟ ମତଦାନ । ସେଥିପାଇଁ ଆଜି ସରିବ ପ୍ରଚାର । ଆସନ୍ତା ମଙ୍ଗଳବାର ୧୦ ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳ ର ୯୪ଟି ଆସନରେ ଭୋଟ୍ ଗ୍ରହଣ ହେବ ।

BjdElectrycity

ସୂଚନା ଅନୁସାରେ, ଆଜି ସରୁଛି ତୃତୀୟ ପର୍ଯ୍ୟାୟ ଭୋଟ୍ ପାଇଁ କ୍ୟାମ୍ପେନିଂ। ତୃତୀୟ ପର୍ଯ୍ୟାୟ ଭୋଟ୍ ଲାଗି ଆଜି ସଂଧ୍ୟାରେ ସରୁଛି ପ୍ରଚାର। ଏହି ପର୍ଯ୍ୟାୟରେ ଅନେକ ହେଭିୱେଟଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଶିବରାଜ ସିଂହ ଚୌହ୍ୱାନ, ସୁପ୍ରିୟା ସୁଲେ ଓ ଡିମ୍ପଲ ଯାଦବଙ୍କ ପରି ହେଭିୱେଟଙ୍କ ଭାଗ୍ୟ ନିର୍ଦ୍ଧାରଣ କରାଯିବ ।

ସୂଚନାଯୋଗ୍ୟ ଯେ, ତୃତୀୟ ପର୍ଯ୍ୟାୟରେ ଆସାମ, ବିହାର, ଛତିଶଗଡ, ଦାଦ୍ରା ଓ ନଗର ହାବେଳି ଏବଂ ଡାମନ ଓ ଡିଉ, ଗୋଆ, ଗୁଜରାଟ, ଜମ୍ମୁ-କାଶ୍ମୀର, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ମତଦାନ ଅନୁଷ୍ଠିତ ହେବ । ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ ଚାଲିବ ଭୋଟ୍ ଗ୍ରହଣ। ଗୁଜରାଟରେ ୨୫ଟି ଆସନ ପାଇଁ ପଡ଼ିବ ଭୋଟ୍ ପଡିବାକୁ ଥିବା ବେଳେ କର୍ଣ୍ଣାଟକର ୧୪ଟି, ଉତ୍ତରପ୍ରଦେଶର ୧୦ଟି, ମହାରାଷ୍ଟ୍ରର ୧୧ଟି ସିଟ୍ ରେ ମତଦାନ ହେବ।

Leave A Reply

Your email address will not be published.