Latest Odisha News

BREAKING NEWS

ମସଲା କିଣିଲା ବେଳେ ହୋଇଯାଆନ୍ତୁ ସାବଧାନ, ହଳଦୀ ଏବଂ ଲଙ୍କାଗୁଣ୍ଡରେ ମିଶୁଛି ସିନ୍ଥେଟିକ୍ ରଙ୍ଗ

ଲକ୍ଷ୍ନୌ: ବଜାରରେ ମିଳୁଥିବା ସବୁ ଖାଦ୍ୟ ପଦାର୍ଥ ଏବେ ପ୍ରାୟ ଭେଜାଲ । ମସଲାଠୁ ଆରମ୍ଭ କରି ହଳଦୀଗୁଣ୍ଡ ପର୍ଯ୍ୟନ୍ତ । ଏଠି ସବୁ ଭେଜାଲ । ଏସବୁ ଖାଇବା ଦ୍ବାରା ବିଭିନ୍ନ ପ୍ରକାରର ରୋଗର ଶିକାର ହେଉଛନ୍ତି ଲୋକେ । ଗତ କିଛି ଦିନ ତଳେ ଭାରତୀୟ ମସଲାକୁ ନେଇ ବିବାଦ ଦେଖାଦେଇଥିବା ବେଳେ ଏବେ ହଳଦୀ ଏବଂ ଲଙ୍କାଗୁଣ୍ଡକୁ ନେଇ ଦେଖାଦେଇଛି ବିବାଦ । ଉତ୍ତର ପ୍ରଦେଶରେ ଏକ ମସଲା କାରଖାନାରେ ଚଢ଼ଉ କରାଯାଇ ପ୍ରଚୁର ପରିମାଣର ବିଷାକ୍ତ ରଙ୍ଗମିଶ୍ରିତ ହଳଦୀ ଏବଂ ଲଙ୍କାଗୁଣ୍ଡ ଜବତ ହୋଇଛି ।

BjdElectrycity

ଅନ୍ନପୂର୍ଣ୍ଣା ଫ୍ଲୋର୍ ନାମକ ଏକ ମିଲରୁ ପ୍ରାୟ ୨ ଶହ କେଜିର ହଳଦି ଏବଂ ୧୫୦ କେଜିର ନାଲି ଲଙ୍କା ଗୁଣ୍ଡ ଜବତ କରାଯାଇଛି । ଏହାସହ ଏହି ମିଲରୁ ବିଭିନ୍ନ ଢାବା, ରେସ୍ତୋରାଁକୁ ମସଲା ଯାଉଥିବା ବେଳେ ସେଠାରେ ମଧ୍ୟ ଚଢାଉ କରାଯାଇଛି । ଜବତ ହୋଇଥିବା ସେହି ହଳଦୀଗୁଣ୍ଡ ଓ ଲଙ୍କାଗୁଣ୍ଡରେ ସିନ୍ଥେଟିକ୍ ରଙ୍ଗ ବ୍ୟବହାର କରାଯାଉଥିବା ଜଣାପଡିଛି । ତେବେ ମସଲାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଏମିତି କରାଯାଉଥିବା କହିଛନ୍ତି ମସଲା ମିଲ୍ ମାଲିକ ।

ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ କହିବା ଅନୁସାରେ, ଯେତେବେଳେ ପରିକ୍ଷା ପାଇଁ ନମୂନାଗୁଡ଼ିକୁ ହାତରେ ଧରିଲୁ ଏଥିରେ ରଙ୍ଗ ମିଶାଯାଇଥିବା ସ୍ପଷ୍ଟ ଅନୁଭବ ହୋଇଥିଲା । ଏହା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ଏହି ମିଲରେ ଉତ୍ପାଦନ ହେଉଥିବା ମସଲା କୌଣସି ବ୍ରାଣ୍ଡର ନାମରେ ବିକ୍ରି ହେଉ ନ ଥିଲା। କିନ୍ତୁ ପାଇକାରୀ ବଜାର ଏବଂ ମଣ୍ଡିରେ ବିକ୍ରି ହେଉଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି । ଏଭଳି ମସଲାକୁ ଛୋଟ ଛୋଟ ଢ଼ାବା ଏବଂ ସଡ଼କ ପାର୍ଶ୍ଵ ହୋଟେଲଗୁଡ଼ିକ କିଣିଥାନ୍ତି ବୋଲି କହିଛନ୍ତି ଖାଦ୍ୟ ନିରାପତ୍ତା ଅଧିକାରୀ।

Leave A Reply

Your email address will not be published.