Latest Odisha News

BREAKING NEWS

ସୁଶାନ୍ତ ନା ଇରାଶିଷ, କାହାକୁ ଭରସା କରିବ ଭଟଲି?

ଭୁବନେଶ୍ବର: ଭଟଲି ଦେଖିବ ହାଇଭୋଲଟେଜ୍ ଲଢେଇ । ସୁଶାନ୍ତ ନା ଇରାଶିଷ, କାହାକୁ ଭରସା କରିବେ ଭୋଟର? ବିଜୟର ଚଉକା ଲଗାଇବେ କି ସୁଶାନ୍ତ? ନା ବାଜି ବଦଳାଇ ଦେବେ ଇରାଶିଷ ? ବିଜେଡିର ଅଭେଦ୍ୟ ଦୁର୍ଗରେ ଫୁଟାଇବେ କି ପଦ୍ମ ? ଭଟଲିରେ କାହା ସପକ୍ଷରେ ବହୁଛି ହାଓ୍ବା ? ଦିନେ କଂଗ୍ରେସର ଗଡ ଥିବା ଭଟଲି ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ବିଜେପି କବଜାରେ ରହିଥିଲା । ତେବେ ଗତ ତିନିଟି ନିର୍ବାଚନରେ ଭଟଲିରେ ବିଜୟର ହ୍ୟାଟ୍ରିକ ମାରିଛନ୍ତି ସୁଶାନ୍ତ ସିଂ ।

ପୁଣି ସିଂ ଇଜ୍ କିଙ୍ଗ !
ଭଟଲି ମଇଦାନରେ ଅଛନ୍ତି ବରଗଡ ଜିଲ୍ଲା ବିଜେଡିର ଟାଣୁଆ ସଂଗଠକ ସୁଶାନ୍ତ ସିଂ। ୨୦୦୯ରୁ ଲଗାତର ଭାବେ ଭଟଲିରେ ଜିତି ଆସୁଛନ୍ତି ସୁଶାନ୍ତ । ରାଜନୀତିର ପୋଖତ ଖେଳାଳି ସୁଶାନ୍ତଙ୍କୁ ବରଗଡ ଜିଲ୍ଲାର ବିଭିନ୍ନ ଉପନିର୍ବାଚନରେ ବି ଦାୟିତ୍ବ ଦେଇଛି ଦଳ । ଭଲ ଲୋକସଂପର୍କ ସାଙ୍ଗକୁ ବଡ଼ ସଂଗଠନ ସୁଶାନ୍ତଙ୍କ ପାଇଁ ଏଥର ବି ସହାୟକ ହୋଇପାରେ ।

ଭଟଲିରେ ଡବଲ୍ ସୁଶାନ୍ତ ଶୋ’
ଚବିଶ ନିର୍ବାଚରେ ଭଟଲିରେ ଦେଖିବାକୁ ମିଳିବ ଡବଲ୍ ସୁଶାନ୍ତଙ୍କ ଶୋ । ସୁଶାନ୍ତ ସିଂଙ୍କ ସହ ସୁଶାନ୍ତ ମିଶ୍ର ଏଥର ଭଟଲିରେ ଶଙ୍ଖନାଦ କରିବାକୁ ରଣନୀତି କରୁଛନ୍ତି । ପୂର୍ବରୁ କଂଗ୍ରେସରେ ଥିବା ସୁଶାନ୍ତ ସିଂ ୨୦୧୪ରେ ଟିକେଟ୍ ନପାଇ ସ୍ବାଧୀନ ଭାବେ ଲଢିଥିଲେ । ବିଜେଡିର ସୁଶାନ୍ତ ସିଂହଙ୍କୁ କଡା ଟକ୍କର ଦେଇ ଦ୍ବିତୀୟରେ ରହିଥିଲେ ସୁଶାନ୍ତ ମିଶ୍ର । ଏଥର ବିଜେପି ଟିକେଟ୍ ପାଇଁ ଆଶାୟୀ ଥିବା ସୁଶାନ୍ତ ମିଶ୍ର ନିରାଶ ହେବା ପରେ ବିଜେଡିରେ ସାମିଲ ହୋଇଛନ୍ତି। ତାଙ୍କ ପତ୍ନୀ ପରିଣୀତା ମିଶ୍ର ଏଥର ବିଜେଡିରୁ ବରଗଡ ଲୋକସଭା ଲଢୁଛନ୍ତି । ତେଣୁ ତିନିଥର ଭଟଲି ଜିତିଥିବା ସୁଶାନ୍ତଙ୍କ ପାଇଁ ଏଥର ବାଜି ସହଜ ହୋଇପାରେ ।

ବିନା ସାରଥିରେ ସେନାପତି
୨୦୧୯ ନିର୍ବାଚନରେ ବିଜେପି ପ୍ରାର୍ଥୀ ଇରାଶିଷ ଆଚାର୍ଯ୍ୟଙ୍କ ସାରଥି ସାଜିଥିଲେ ସୁଶାନ୍ତ ମିଶ୍ର । ଗତଥର ୪୦ପ୍ରତିଶତରୁ ଅଧିକ ଭୋଟ୍ ପାଇଥିଲା ବିଜେପି । ୨୩ପ୍ରତିଶତରୁ ଅଧିକ ବଢିଥିଲା ଭୋଟ ହାର। ୨୦୧୪ ଅପେକ୍ଷା ୨୦୧୯ ନିର୍ବାଚନରେ ଦୁଇଗୁଣାରୁ ଅଧିକ ଭୋଟ୍ ପାଇଥିଲେ ଇରାଶିଷ । ହେଲେ ୨୦୧୯ରେ ଇରାଶିଷଙ୍କ ସାରଥି ସାଜିଥିବା ସୁଶାନ୍ତ ମିଶ୍ର ଏଥର ବିଜେଡିରେ । ତେଣୁ ବିଜେପି ପାଇଁ ସହଜ ହେବନି ଭଟଲି ଲଢେଇ ।

ବିବାଦ ଓଗାଳିବ କି ବାଟ ?
ଭଟଲିରେ ସୁଶାନ୍ତଙ୍କ ଲୋକପ୍ରିୟତା ତ ଅଛି । ହେଲେ ଗତ ୫ବର୍ଷ ମଧ୍ୟରେ ବିଭିନ୍ନ ବିବାଦରେ ଛନ୍ଦି ହୋଇଛନ୍ତି ସୁଶାନ୍ତ । ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ସୁଶାନ୍ତ ସିଂଙ୍କ ସଂପୃକ୍ତି ଥିବା ନେଇ ଅଭିଯୋଗ ଆଣିଥିଲେ ବିରୋଧୀ । ବିଜେପୁର, ପଦମପୁର, ବ୍ରଜରାଜନଗର ନିର୍ବାଚନ ପ୍ରଚାରରେ ଆଗରେ ଥିବା ସୁଶାନ୍ତଙ୍କୁ ଝାରସୁଗୁଡା କ୍ୟାମ୍ପେନିଂରେ ଦେଖିବାକୁ ମିଳିନଥିଲା । ଯାହାକୁ ନେଇ ବିରୋଧୀ ବାରମ୍ବାର ସୁଶାନ୍ତଙ୍କୁ କାଠଗଡାକୁ ଟାଣିଥିଲେ । ନକଲି ସାର୍ଟିଫିକେଟ୍ ରାକେଟକୁ ନେଇ ବି ବିରୋଧୀଙ୍କ ଟାର୍ଗେଟକୁ ଆସିଥିଲେ ସୁଶାନ୍ତ । ନିର୍ବାଚନରେ ସୁଶାନ୍ତଙ୍କୁ ଅଡୁଆରେ ପକାଇପାରେ ଏସବୁ ବିବାଦ ।

ଦିନେ କଂଗ୍ରେସର ଗଡ ରହିଥିବା ଭଟଲିରେ ଏବେ ଦଳ ଲଢୁଛି ଅସ୍ତିତ୍ବର ଲଢେଇ । କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ବ୍ରହ୍ମାନନ୍ଦ ମହାକୁଡ । ତେବେ ଲଢେଇ ବିଶେଷ କରି ବିଜେଡି ଓ ବିଜେପି ମଧ୍ୟରେ ହେବ ।

Leave A Reply

Your email address will not be published.