Latest Odisha News

BREAKING NEWS

ଚାଷୀ ଆନ୍ଦୋଳନରେ ନେତା ଘାଇଲା, ପଦ୍ମପୁର ପ୍ରସଙ୍ଗ କ’ଣ ?

ବରଗଡ଼: ପଦ୍ମପୁରର ସମସ୍ୟା ବୁଝ, ସମାଧାନର ପ୍ରତିଶ୍ରୁତି ଦିଅ, ଭୋଟ୍ ଦେବୁ । କୃଷକଙ୍କୁ ଅବହେଳା, ମରୁଡ଼ି ସହାୟତା ଓ ଫସଲ ବୀମା ନ ମିଳିବାକୁ ନେଇ ଚାଷୀ ଦେଇଥିବା ଗଣଧାରଣା ପଦ୍ମପୁର ରାଜନୀତିକୁ ପ୍ରଭାବିତ କରିଛି । କୃଷକ ନେତା ସିଧା ସିଧା କହିଛନ୍ତି, ଚାଷୀଙ୍କ ସମସ୍ୟା ଶୁଣିବନି ତ ଭୋଟ୍ ଦେବୁନି ।

ଚାଷୀ ସମସ୍ୟା ସହ ପଦ୍ମପୁରକୁ ଜିଲ୍ଲା ଘୋଷଣା ଦାବିରେ ଆନ୍ଦୋଳନ ଚାଲିଥିବା ବେଳେ ଆଜି ବିଜେପି ପକ୍ଷରୁ ନାମାଙ୍କନ ପାଇଁ ଶୋଭାଯାତ୍ରାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ପ୍ରଦୀପ ପୁରୋହିତ । ନାମାଙ୍କନ ପୂର୍ବରୁ ପ୍ରଦୀପ ଚାଷୀଙ୍କ ସମସ୍ୟା ଶୁଣିବା ସହ ଆଜି ପ୍ରାର୍ଥିପତ୍ର ଦାଖଲ କରି ନାହାଁନ୍ତି । କହିଛନ୍ତି, ମୁଁ ପଦ୍ମପୁରର ଲୋକଙ୍କ ସହ ସେମାନଙ୍କ ସମସ୍ଯା ସହ ଅଛି ।

ଅନ୍ୟପଟେ ଆଜି ବିଜେଡି ଦିବଙ୍ଗତ ବିଧାୟକ ବିଜୟ ବରିହାଙ୍କ ଝିଅ ବର୍ଷା ସିଂ ବରିହାଙ୍କୁ ଟିକେଟ୍ ଦେଇଛି । ବିଜେଡି ପ୍ରାର୍ଥୀ ହେବା ପରେ ବର୍ଷା କହିଛନ୍ତି, ପଦ୍ମପୁରର ବିକାଶ ପାଇଁ କାମ କରିବି । ଉପନିର୍ବାଚନ ତାତି ଭିତରେ ପଦ୍ମପୁରରେ ଲାଗି ରହିଥିବା ଚାଷୀ ସମସ୍ୟାର ଅନ୍ତ ହେବ ନା ପ୍ରତିଶ୍ରୁତି ଦେଇ ଭୋଟ୍ ବୈତରଣୀ ପାର୍ ହୋଇଯିବେ ନେତା ।

Leave A Reply

Your email address will not be published.