Latest Odisha News

BREAKING NEWS

ଶୀତଦିନେ ବେଶି ଖାଆନ୍ତୁନି ଏହି ପରିବା !

ନୂଆଦିଲ୍ଲୀ : ଶୀତଦିନେ ଆମେ ସାଧାରଣତଃ ବିଭିନ୍ନ  ପ୍ରକାର ପନି ପରିବା ଖାଇଥାଉ  । ସେଥିମଧ୍ୟରୁ  ପାଳଙ୍ଗ ଶାଗ ଅନ୍ୟତମ  । ଗାଁର ଲୋକପ୍ରିୟ ପନିପରିବା ମଧ୍ୟରେ ଏହି ପରିବା ଏକ ପୁଷ୍ଟିକର ଖାଦ୍ୟ ଭାବରେ ଜଣାଶୁଣା । କିନ୍ତୁ ଅନେକ ସମୟରେ ଏହାକୁ ଅଧିକ ପରିମାଣରେ ଖାଇବା ଦ୍ବାରା ଏହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ପାଳଙ୍ଗ ଶାଗରେ ଅନେକ ପୁଷ୍ଟିକର ପୋଷକ ତତ୍ତ୍ବ ରହିଥାଏ  । ଏହା କେବଳ ଆଖିର ଦୃଷ୍ଟି ଶକ୍ତିରେ ଉନ୍ନତି ଆଣେନାହିଁ  । ଏହା ରକ୍ତଚାପକୁ ମଧ୍ୟ ହ୍ରାସ କରିଥାଏ । ଏହା ଆମ ହାଡକୁ ମଧ୍ୟ ମଜବୁତ୍ କରିଥାଏ  ।

କର୍କଟ ରୋଗ ଆଶଙ୍କାକୁ ବି ହ୍ରାସ କରିଥାଏ । ଯଦି ଆପଣ ଙ୍କର କୌଣସି ପେଟ ସମସ୍ୟା ରହୁଛି , ଆପଣ ଏହାକୁ ଖାଇପାରିବେ  । ଆପଣମାନେ ଏହାକୁ ଅନ୍ୟ ସବୁଜ ପନିପରିବା ସହ ମିଶାଇ ରାନ୍ଧି ପାରିବେ କିମ୍ବା ଏହାକୁ ମସୁର ଡାଲି ସହ ମିଶାଇ ଭାଜି ପାରିବେ । ଏଥିରେ କ୍ୟାଲୋରୀ ବହୁତ୍ କମ୍ ଥାଏ  । କ୍ୟାଲସିୟମ୍ , ମ୍ୟାଗ୍ନେସିୟମ୍ , ଆଇରନ୍, ଭିଟାମିନ୍ ଏ  ଭରପୁର ମାତ୍ରାରେ ରହିଥାଏ ।  କିନ୍ତୁ ଏହାକୁ ଅଧିକ ଥର ଖାଇବା ଦ୍ବାରା ଏହା ଆମ ଶରୀର ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ  । ସର୍ବଦା ଏହାକୁ ସୀମିତ ପରିମାଣରେ ଖାଇବା ଉଚିତ୍ ।

Leave A Reply

Your email address will not be published.