Latest Odisha News

BREAKING NEWS

ଘନ କୁହୁଡି ହେଲା କାଳ : ଟ୍ରକକୁ ପଛ ପଟୁ ଧକ୍କା ଦେଲା ପିକନିକ୍ ବସ୍, ୮ ଆହତ

ସୁବର୍ଣ୍ଣପୁର : ଘନ କୁହୁଡି ହେଲା କାଳ। ସୁବର୍ଣ୍ଣପୁର ଦେଇ ଯାଇଥିବା ୫୭ ନଂ ଜାତୀୟ ରାଜପଥ କଦମତଲ ନିକଟରେ ଟ୍ରକ କୁ ପଛ ପଟୁ ଧକ୍କା ଦେଲା ପିକନିକ୍ ବସ୍ । ଦୁର୍ଘଟଣାରେ ୮ ଜଣ ଆହତ ହୋଇଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି  । ଆହତ ମାନଙ୍କୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦୁଇ ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ ସୁବର୍ଣ୍ଣପୁର ସହରର OICA କମ୍ପ୍ୟୁଟର ଏକାଡ଼େମୀ ର ଛାତ୍ରଛାତ୍ରୀ ମାନେ କୋରାପୁଟ ଜିଲ୍ଲା ଦେଓମାଳିକୁ ଭୋଜି କରିବାକୁ ଯାଇଥିଲେ ।

ଆଜି ସକାଳୁ ଫେରିବା ବେଳେ ଖୋର୍ଦ୍ଧା ବଲାଙ୍ଗିର ୫୭ ନଂ ଜାତୀୟ ରାଜପଥ ଖମ୍ବେଶ୍ବରିପାଲି କଦମତାଲ୍ ନିକଟରେ ଏହି ଦୁର୍ଘଟଣା ହୋଇଛି । ବସରେ ମୋଟ ୪୫ଜଣ ଛାତ୍ରଛାତ୍ରୀ ଥିବା ସୂଚନା ମିଳିଛି  । ସେପଟେ ଆଜି କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଧକୋଠା ନିକଟରେ ବି ସମାନ ଦୃଶ୍ୟ ଦେଖିବାକୁ ମିଳିଛି । ଏକ ସ୍କୁଲ ବସ୍ ପିକନିକ୍ ଯାଉଥିବା ବେଳେ ଟ୍ରକ ପଛରେ ପିଟି ହୋଇଯାଇଥିଲା  । ଫଳରେ ଏଥିରେ ୩ ଜଣ ଆହତ ହୋଇଛନ୍ତି ।

Leave A Reply

Your email address will not be published.