Latest Odisha News

BREAKING NEWS

ଚିହ୍ନଟ ହେଲେ ଜଳବାୟୁ ପରିବର୍ତନ ଯୋଗୁ ଆକ୍ରାନ୍ତ ହୋଇଥିବା ପ୍ରଥମ ରୋଗୀ

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତନ ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ସାଜିଛି । କାନାଡାରେ ଜଣେ ୭୦ ବର୍ଷୀୟ ମହିଳା ପ୍ରଥମ ରୋଗୀ ଭାବେ ଜଳବାୟୁ ପରିବର୍ତନ ଯୋଗୁ ଆକ୍ରାନ୍ତ ହୋଇଛନ୍ତି । ଅତ୍ୟଧିକ ତାପମାତ୍ରା ବୃଦ୍ଧି ଯୋଗୁ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗୁଡିଛି ବୋଲି ଡାକ୍ତର କହିଛନ୍ତି । ଅବସ୍ଥା ସଂକଟାପନ୍ନ ହେବାରୁ ସମ୍ପୃକ୍ତ ମହିଳାଙ୍କୁ ଏବେ ଏର୍ମଜେନ୍ସୀ ଅବଜରଭେସନରେ ରଖାଯାଇଛି ।

ହିଟୱେଭ ଯୋଗୁ କାନାଡା ଏବଂ ଏହାର ଆଖ ପାଖ ଅଂଚଳରେ ଅନେକ ଲୋକ ମୃତ୍ୟୁମୁଖରେ ପଡୁଛନ୍ତି । ପାଣିପାଗ ବିଶେଷଜ୍ଞ ଏବଂ ପରିବେଶବିତମାନେ ବାରମ୍ବାର ସତର୍କ କରାଇ ସତ୍ୱେ ମାନବ ସମାଜ ଏଥିପ୍ରତି ଏବେ ବି ଗୁରୁତ୍ୱ ଦେଉ ନାହାନ୍ତି । ଯାହାର ଫଳ ଏବେ ସମ୍ମୁଖକୁ ଆସୁଛି ।

Leave A Reply

Your email address will not be published.