Latest Odisha News

ଶାହାରୁଖଙ୍କ ସହ ଫିଲ୍ମ ଛାଡି ନାହାନ୍ତି ନୟନତାରା

ମୁମ୍ବାଇ: ଆର୍ଯ୍ୟନ ଖାଁ ଡ୍ରଗ୍ସ କେସ ଯୋଗୁ ଶାହାରୁଖ ଖାଁ ଅଟଲୀଙ୍କ ଫିଲ୍ମ ଶୁଟିଂରେ ବିଳମ୍ବ କରିଥିଲେ । ଏହା ପରେ ମୁଖ୍ୟ ଅଭିନେତ୍ରୀ ନୟନତାରା ଏହି ଫିଲ୍ମ ଛାଡି ଦେଇଥିବା ଖବର ପ୍ରକାଶ ପାଇଥିଲା । ତେବେ ଏହାକୁ ଖଣ୍ଡନ କରିଛନ୍ତି ଅଟଲୀଙ୍କ ଟିମ୍ । ପଠାନ ପରେ ଶାହାରୁଖ ଏହି ଫିଲ୍ମ (ଲାୟନ)ରେ ଖୁବ୍ ଶୀଘ୍ର ଶୁଟିଂ ଆରମ୍ଭ କରିବେ । ନୟନତାରା ଛାଡିବା ଖବର ସମ୍ପୂର୍ଣ୍ଣ ଭିତିହୀନ ।

ସେ ଶାହାରୁଖଙ୍କ ଅପୋଜିଟରେ ଯାଂଜ ଅଧିକାରୀ ଭୂମିକା କରିବେ । ବଲିଉଡ ବାଦଶାହ ଏଥିରେ ଡବଲ ରୋଲରେ ଅବତୀର୍ଣ୍ଣ ହେବେ । ମନୀ ହାଇଷ୍ଟରେ ଅନୁପ୍ରାଣୀତ ଏହି ଫିଲ୍ମରେ ପ୍ରିୟାମଣି, ସାନ୍ୟା ମାଲହୋତ୍ରା ମଧ୍ୟ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା କରୁଛନ୍ତି ।

Leave A Reply

Your email address will not be published.