Latest Odisha News

BREAKING NEWS

ପୁଣି ଆସିଲା କି ବାର୍ଡ ଫ୍ଲୁ ?

କିଛି ଦିନ ହେଲା ମରିପଡ଼ୁଛନ୍ତି କାଉ। ଆଜି ପୁଣି ଗୁଡାଏ କାଉ ମରିପଡିଛନ୍ତି । କାଉ ମଡ଼କ ଦେଖି ଆତଙ୍କିତ ହୋଇପଡ଼ିଛନ୍ତି ଲୋକେ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ବେଗୁନିଆ ବ୍ଲକର ରାଉତପଡ଼ା ପୋତଳାଙ୍ଗ ଗାଁରେ । ତେବେ ଏଭଳି କାଉ ମଡ଼କର କାରଣ ବାର୍ଡ ଫ୍ଲୁ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି ।

ଆଜି ମଧ୍ୟ ବିଭିନ୍ନ ସ୍ଥାନରେ କାଉ ମରି ପଡ଼ିଥିବା ଦେଖି ଗାଁ ଲୋକେ ବେଗୁନିଆ ପ୍ରାଣୀଧନ ଚିକିତ୍ସାଳୟକୁ ଖବର ଦେଇଥିଲେ । ଖବର ପାଇବା ପରେ ଗୋଟିଏ ଟିମ୍ ଗାଁରେ ପହଞ୍ଚି ମୃତ କାଉଙ୍କୁ ଏକାଠି କରି ସେମାନଙ୍କ ନମୁନା ସଂଗ୍ରହ କରିଛନ୍ତି । ରିପୋର୍ଟ ଆସିବା ପରେ କାଉ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ।

Leave A Reply

Your email address will not be published.