Latest Odisha News

BREAKING NEWS

ମାଛ ଖାଇଲେ କେଉଁସବୁ ଫାଇଦା ହୋଇଥାଏ, ଜାଣିଲେ ଆଶ୍ଚର୍ଯ୍ୟ ହେବେ

ପାଟିରେ ଟିକେ ଆଇଁଷ ନବାଜିଲେ ବହୁ ଲୋକଙ୍କର ଭାତ ଉଠେନି। ବିଶେଷକରି ଉପକୂଳ ଓଡ଼ିଶାର ପ୍ରତିଟି ଘରେ ସପ୍ତାହରେ ଅତି କମରେ ଚାରିଦିନ ଆମିଷ ହୋଇଥାଏ। ତେବେ ମାଂସ ବା ଅଣ୍ଡା ଅପେକ୍ଷା ମାଛ ଅନେକଙ୍କର ପ୍ରିୟ ଖାଦ୍ୟ! ସୁଲଭ ହୋଇଥିବାରୁ ଧନୀଠୁ ଗରିବ ଯାଏ ସମସ୍ତଙ୍କ ପାଇଁ ମାଛ ଏକ ପ୍ରିୟ ଆଇଟମ।

ତେବେ କେବଳ ପାଟିସୁଆଦିଆ ନୁହେଁ, ମାଛର ରହିଛି ବହୁ ଉପକାରୀ ଗୁଣ । ମାନସିକ ଓ ଶାରୀରିକ ବିକାଶ ପାଇଁ ପ୍ରତିଟି ବ୍ୟକ୍ତିର ଦୈନିକ ଖାଦ୍ୟରେ ୪୨୦ ଗ୍ରାମ୍ ଶସ୍ୟ, ୪୦ ଗ୍ରାମ୍ ଡାଲି, ୧୫୦ ଗ୍ରାମ୍ କ୍ଷୀର ଓ ୧୫୦ ଗ୍ରାମ୍ ପନିପରୀବା ସହିତ ୫୦ ଗ୍ରାମ୍ ମାଛ ଓ ମାଂସ ରହିବା ଉଚିତ୍ ।

ମାଛରେ ପ୍ରାୟ ୧୮ ପ୍ରତିଶତ ପ୍ରୋଟିନ ସହିତ ଅନେକ ଭିଟାମିନ୍ ଓ ଖଣିଜଦ୍ରବ୍ୟ ରହିଛି । ମାଛ ସେବନ ଦ୍ୱାରା ମଣିଷର ଓଜନ ବୃଦ୍ଧି ଘଟେନାହିଁ । ଏଥିରେ ଥିବା ଭିଟାମିନ୍ ‘କ’ ଓ ‘ଖ’ ରୋଗ ପ୍ରତିରୋଧ କରିବା ସହିତ ଲୌହ ରକ୍ତହୀନତା ହ୍ରାସ କରିବାରେ ସହାୟକ ହୋଇଥାଏ । ମାଛରେ ଥିବା କ୍ୟାଲସିୟମ୍ ଅସ୍ଥି ଓ ଦନ୍ତର ବିକାଶ କରିଥାଏ । ଏଥିରେ ଥିବା ଓମେଗା-୩ ସ୍ନେହାମ୍ଳ ମସ୍ତିଷ୍କର ଉନ୍ନତି କରି ମଣିଷକୁ ଜ୍ଞାନୀ ଓ ବୁଦ୍ଧିମାନ କରିବା ସଙ୍ଗେସଙ୍ଗେ ହୃଦୟକୁ ମଧ୍ୟ ସୁସ୍ଥ ରଖିଥାଏ ।

ମାଛରେ ଥିବା ପ୍ରୋଟିନ୍, ଭିଟାମିନ୍ ଓ ଖଣିଜଦ୍ରବ୍ୟ ମଣିଷର ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ସହ ହୃଦଘାତ(ହାର୍ଟ ଆଟାକ୍) ହେବାକୁ ଦେଇନଥାଏ । ସାମୁଦ୍ରିକ ମାଛର ଅପରିଯୁକ୍ତ ସ୍ନେହାମ୍ଳ ଶିରା ଓ ଧମନୀରୁ ଚର୍ବି ହ୍ରାସ କରି ହୃଦରୋଗରୁ ରକ୍ଷାକରେ । ମାଛର ଅନେକ ଖାଦ୍ୟ ବିଶେଷତ୍ୱ ଓ ଔଷଧୀୟ ଗୁଣ ରହିଛି । ତେଣୁ ବୈଜ୍ଞାନିକଙ୍କ ମତରେ ସପ୍ତାହରେ ଅତି କମରେ ୨ ଥର ମାଛ ସେବନ କରିବା ଆବଶ୍ୟକ ।

Leave A Reply

Your email address will not be published.